ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍କୁଲ ଛାତ୍ରୀଙ୍କ ପାଉଁଜି ପିନ୍ଧିବାରେ ରୋକ ଲଗାଇଲେ ତାମିଲନାଡୁ ଗଣଶିକ୍ଷା ବିଭାଗ।

ଅଧିକାଂଶ ଝିଅ ପାଉଁଜି ପିନ୍ଧିବାକୁ ବେଶ୍ ଭଲ ପାଆନ୍ତି। ପାଉଁଜି ପାଦର ସୌନ୍ଦର୍ଯ୍ୟ ବଢ଼ାଇଥାଏ ବୋଲି ଅନେକ କହିଥାନ୍ତି। ହେଲେ ଝିଅମାନଙ୍କର ଏହି ସଉକ ଉପରେ କଟକଣା ଲାଗିଛି। ଏଣିକି ଝିଅମାନେ ଆଉ ପାଦରେ ପାଉଁଜି ପିନ୍ଧିପାରିବେନି।

କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଝିଅମାନଙ୍କ ପାଇଁ ଏମିତି କଟକଣା ଲାଗୁ ହୋଇଛି ତାମିଲନାଡୁରେ।

ତାମିଲନାଡୁର ଗଣଶିକ୍ଷା ବିଭାଗ ରାଜ୍ୟରେ ସମସ୍ତ ସ୍କୁଲ ଛାତ୍ରୀମାନଙ୍କ ପାଇଁ ଏଭଳି ଏକ ନୂଆ କଟକଣା ଜାରି କରିଛନ୍ତି। ଝିଅମାନେ ସ୍କୁଲକୁ ପାଉଁଜି ପିନ୍ଧି ଯାଇପାରିବେ ନାହିଁ।

ବିଭାଗର କହିବା କଥା ଝିଅମାନେ ପାଉଁଜି ପିନ୍ଧି ସ୍କୁଲ ଆସିଲେ ପୁଅମାନଙ୍କ ପାଠ ପଢାରେ କ୍ଷତି ହେଉଛି; କାରଣ ପାଉଁଜିର ଘୁଙ୍ଗୁର ଶବ୍ଦ ପୁଅମାନଙ୍କୁ ଅନ୍ୟମନସ୍କ କରୁଛି। ଯାହାଫଳରେ ତାଙ୍କ ପାଠପଢ଼ାରେ ବ୍ୟାଘାତ ହେଉଛି।

ପାଉଁଜି ଯୋଗୁଁ ସ୍କୁଲରେ ପୁଅମାନେ ଅନ୍ୟମନସ୍କ ହେଉଛନ୍ତି। ଏନେଇ ଅନେକ ଥର ଖବରକାଗଜରେ ଖବର ପ୍ରକାଶ ପାଇଛି।

ନିକଟରେ  ତାମିଲନାଡୁ ଗଣଶିକ୍ଷା ମନ୍ତ୍ରୀ କେ ଏ ସେନଗୋଟିଆନ୍ ଗୋବିଚେଟିପାଲାୟମ ଯାଇଥିବା ଅବସରରେ ଗଣମାଧ୍ୟମରେ ଏ ସଂପର୍କରେ ମନ୍ତବ୍ୟ ଦେଇଥିଲେ।

Comment