ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଦେଶବ୍ୟାପି ପାଳିତ ହେଉଛି ନୌସେନା ଦିବସ, ବଲିଉଡରେ ବି ରହିଛି ନୌସେନାର ଝଲକ।

ଆଜି ଭାରତୀୟ ନୌସେନା ଦିବସ। ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ଦେଶବ୍ୟାପି ଏହି ଦିବସ ପାଳନ କରାଯାଏ। ୧୯୭୧ ମସିହାରେ ହୋଇଥିବା ଅପରେସନ ଟ୍ରାଇଡେଣ୍ଟ ଓ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଭାରତର ବିଜୟକୁ ମନେ ପକାଇବା ପାଇଁ ଏହି ଦିବସ ପାଳନ କରାଯାଇଥାଏ।

ଭାରତର ଅନ୍ୟ ସେନା ଭିତରେ ନୌସେନା ବି ଏକ ଶକ୍ତିଶାଳୀ ସେନା।

ବଲିଉଡରେ ଅନେକ ଫିଲ୍ମ ନୌସେନା ଓ ନାଭାଲ ଅଫିସରମାନଙ୍କ ଉପରେ ନିର୍ମିତ ହୋଇଛି। ଯେଉଁଥିରେ ବିଭିନ୍ନ ବଲିଉଡ ହିରୋ ଅଭିନୟ କରି ବେଶ୍ ସଫଳତା ପାଇଛନ୍ତି।

ଅକ୍ଷୟ କୁମାର

୨୦୧୬ରେ ରିଲିଜ ହୋଇଥିବା ଫିଲ୍ମ ‘ରୁସ୍ତମ’ରେ ଭାରତୀୟ ନୌସେନାର ଝଲକ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ଅକ୍ଷୟ କୁମାର ଜଣେ ନାଭି କମାଣ୍ଡୋ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ଅକ୍ଷୟଙ୍କୁ ଭଲ ସଫଳତା ବି ମିଳିଥିଲା।

ରାଣା ଦଗ୍ଗୁବତୀ

୨୦୧୭ରେ ରିଲିଜ ହୋଇଥିବା‘ଦ ଗାଜି ଆଟାକ’ ଫିଲ୍ମ ୧୯୭୧ ମସିହା ଭାରତ ଓ ପାକିସ୍ତାନ ଯୁଦ୍ଧ ଉପରେ ଆଧାରିତ ହୋଇଥିଲା। ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ ରାଣା ଦଗ୍ଗୁବତୀ। ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ସଂକଳ୍ପ ରେଡ୍ଡୀ।

ଅମିତାଭ ବଚ୍ଚନ

ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ବି ନାଭାଲ ଅଫିସର ଭୂମିକାରେ ଅଭିନୟ କରିସାରିଛନ୍ତି। ଫିଲ୍ମ ‘ଅବ୍ ତୁମାରେ ହାୱାଲେ ୱତନ ସାଥିଓଁ’ ଫିଲ୍ମରେ ସେ ଅଭିନୟ କରିଥିଲେ। ଫିଲ୍ମଟି ୨୦୦୪ରେ ରିଲିଜ ହୋଇଥିଲା ।

ଶାହରୁଖ ଖାନ

ବଲିଉଡ କିଙ୍ଗଖାନ ଶାହରୁଖ ଖାନ ବି ବଡ଼ ପରଦାରେ ନୌସେନା ଅଫିସର ଭୂମିକାରେ ଅଭିନୟ କରିସାରିଛନ୍ତି। ୨୦୦୮ରେ ରିଲିଜ ହୋଇଥିବା ‘ଭୂତନାଥ’ ଫିଲ୍ମରେ ଶାହରୁଖ ନୌସେନା ଅଫିସର ଭାବେ ନଜର ଆସିଥିଲେ।

ସନି ଦେୱଲ

୧୯୯୩ ମସିହାରେ ସନି ଦେୱଲ, ଜୁହି ଚାୱଲା ଓ ଶାହରୁଖଙ୍କ ଅଭିନୀତ ଫିଲ୍ମ ‘ଡର’ ବେଶ୍ ସୁପରହିଟ ହୋଇଥିଲା। ଏହି ଫିଲ୍ମରେ ସନି ଦେୱଲ ଜଣେ ନୌସେନା ଅଫିସର ଭୂମିକାରେ ଅଭିନୟ କରିଥିଲେ।

Comment