ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଲନ୍ଦସହର ହିଂସାକାଣ୍ଡରେ ପ୍ରାଣ ହରାଇଥିବା ଇନ୍ସପେକ୍ଟର ସୁବୋଧଙ୍କ ପରିବାର ବର୍ଗଙ୍କୁ ଭେଟିବେ ୟୁପି ମୁଖ୍ୟମନ୍ତ୍ରୀ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ବୁଲନ୍ଦସହର ହିଂସାକାଣ୍ଡରେ ସହିଦ ହୋଇଥିବା ସୁବୋଧ କୁମାରଙ୍କ ପରିବାରକୁ ଭେଟିବେ। ସୁବୋଧଙ୍କ ପରିବାର ଲୋକ ଲଗାତର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦାବି କରୁଥିଲେ।

ଶେଷରେ ପରିବାର ଲୋକଙ୍କ ଦାବି ପୂରଣ ହେବାକୁ ଯାଉଛି। ଗୁରୁବାର ଲକ୍ଷ୍ନୌ, ୫ କାଳିଦାସ ମାର୍ଗସ୍ଥିତ ମୁଖ୍ୟମନ୍ତ୍ରୀ ନିବାସରେ ସୁବୋଧଙ୍କ ପରିବାର ବର୍ଗଙ୍କୁ ଭେଟିବେ ଯୋଗୀ।

ବୁଲନ୍ଦସହର ହିଂସାକାଣ୍ଡରେ ପ୍ରାଣ ହରାଇଥିବା ଇନ୍ସପେକ୍ଟର ସୁବୋଧଙ୍କ ପରିବାରକୁ ଅନୁକମ୍ପା ରାଶି ଦେବାକୁ ସରକାର ଘୋଷଣା କରିଥିଲେ।

ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ ତାଙ୍କ ପରିବାର ବର୍ଗ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦାବି କରିଥିଲେ ଇନ୍‌ସପେକ୍ଟରଙ୍କ ପରିବାର ଲୋକେ।

ଘଟଣାରେ ସମ୍ପୃକ୍ତ ୯୪ ଜଣଙ୍କ ବିରୋଧରେ ମାମଲା ଦାଖଲ କରାଯାଇଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ  ତନାଘନା ଜାରି ରହିଛି। ଏଥିପାଇଁ ପୋଲିସ ୬ରୁ ଅଧିକ ଟିମ ଗଠନ କରିଛି।

ସୋମବାର ଉତ୍ତରପ୍ରଦେଶର ବୁଲନ୍ଦସହରରେ ଗୋହତ୍ୟା ଅଭିଯୋଗ ଆସିଥିଲା। ଏଭଳି ଅଭିଯୋଗ ଆସିବା ପରେ ଉତ୍ତ୍ୟକ୍ତ ହୋଇ ଉଠିଥିଲେ ସ୍ଥାନୀୟ ଲୋକ।

ଉତ୍ତ୍ୟକ୍ତ ଲୋକେ ସେହି ଅଞ୍ଚଳରେ ହିଂସାକାଣ୍ଡ ଉପୁଜାଇଥିଲେ। ଏହି ହିଂସାକାଣ୍ଡରେ ଜଣେ ପୋଲିସ୍ ଇନ୍‌ସପେକ୍ଟର ଓ ଅନ୍ୟ ଜଣେ ସାଧାରଣ ଲୋକ ପ୍ରାଣ ହରାଇଥିଲେ।

ଉତ୍ତ୍ୟକ୍ତ ଲୋକେ ପୋଲିସ୍ ଫାଣ୍ଡିରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ। ଘଟଣାକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚିଥିଲା। ପୋଲିସ୍ ଓ ଲୋକଙ୍କ ଭିତରେ ବି ଗଣ୍ଡଗୋଳ ଲାଗି ରହିଥିଲା। ସେହି ଘଟଣାରେ ଇନ୍ସପେକ୍ଟର ସୁବୋଧଙ୍କ ମୃତ୍ୟୁ ହୋଇଥିଲା।

Comment