ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଷଷ୍ଠ ଦିନରେ ୧୨୦କୋଟି ପାର୍‌ କରି ବାହୁବଳୀର ରେକର୍ଡ ଭାଙ୍ଗିଛି ଫିଲ୍ମ ୨.o।

ସୁପରଷ୍ଟାର ରଜନୀକାନ୍ତ ଓ ବଲିଉଡ ଖିଲାଡି ଅକ୍ଷୟ କୁମାରଙ୍କ ଅଭୀନିତ ବହୁ ପ୍ରତିକ୍ଷିତ ଫିଲ୍ମ ‘୨.o’ ନିକଟରେ ରିଲିଜ ହୋଇସାରିଛି। ଫିଲ୍ମ ଦେଖିବା ପାଇଁ ସିନେମା ହଲରେ ଫ୍ୟାନମାନଙ୍କ ସୁଅ ଛୁଟୁଛି।

ବୁଧବାର ‘୨.o’ର ହିନ୍ଦି ଭର୍ସନ ବକ୍ସ ଅଫିସରେ ଧମାଲ କରିଛି। ଷଷ୍ଠ ଦିନରେ ସୁପରହିଟ୍ ଫିଲ୍ମ ‘ବାହୁବଳୀ-ଦ ବିଗ୍‌ନିଙ୍ଗ’ର ରେକର୍ଡ ଭାଙ୍ଗି ଇତିହାସ ରଚିଛି ଫିଲ୍ମ ‘୨.o’। ଟ୍ରେଡ ଆନାଲିଷ୍ଟ୍ ତରଣ ଆଦର୍ଶ ଟୁଇଟ୍‌ ଜରିଆରେ ଏହି ସୂଚନା ଦେଇଛନ୍ତି।

 

ଫିଲ୍ମର ଆୟକୁ ଦେଖିବାକୁ ଗଲେ, ବୁଧବାର ସୁଦ୍ଧା ଭାରତରେ ୧୨୨.୫୦କୋଟି ଟଙ୍କା ଆୟ କରିସାରଛି। ‘ବାହୁବଳୀ-ଦ ବିଗ୍‌ନିଙ୍ଗ’ର ଲାଇଫଟାଇମ ଆୟ ୧୧୭ କୋଟି ଟଙ୍କାକୁ ଏକ ସପ୍ତାହ ମଧ୍ୟରେ ପାର୍‌ କରି ଫିଲ୍ମ ରେକର୍ଡ ଭାଙ୍ଗିଛି ‘୨.o’। ରିଲିଜର ପ୍ରଥମ ଦିନରେ ବିଶ୍ୱ ସ୍ତରରେ ୧୦୦କୋଟି ଟଙ୍କା ରୋଜଗାର କରିଥିଲା। ଦେଶବିଦେଶରେ ବିଭିନ୍ନ ଭାଷାରେ ଫିଲ୍ମ ‘୨.o’ ରିଲିଜ ହୋଇଥିଲା।

ଫିଲ୍ମ ‘୨.o’ ହେଉଛି ରୋବଟ ଫିଲ୍ମର ସିକ୍ୱେଲ୍। ଏସ୍‌ ଶଙ୍କର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ଜବରଦସ୍ତ ଟେକ୍ନୋଲୋଜି ଓ ଭିଏଫ୍‌ଏକ୍ସର ବ୍ୟବହାର କରାଯାଇଛି। ଏମୀ ଜ୍ୟାକ୍ସନ ଏହି ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ କରିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏ ଆର ରେହମାନ।

Comment