ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ପାନ୍ କାର୍ଡ ପାଇଁ ଆଉ ଲୋକଙ୍କୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ମାତ୍ର ୪ ଘଣ୍ଟାରେ ପାନ୍ କାର୍ଡ ତିଆରି ହୋଇପାରିବ। ଏଥିପାଇଁ ଆପଣଙ୍କୁ କେବଳ ଆଧାର କାର୍ଡ ଦେବାକୁ ପଡ଼ିବ।

ଭାରତୀୟ କେନ୍ଦ୍ରୀୟ ପ୍ରତ୍ୟକ୍ଷ ବୋର୍ଡର ଅଧ୍ୟକ୍ଷ ସୁଶୀଲ ଚନ୍ଦା କହିଛନ୍ତି, “ଆୟକର ବିଭାଗ ଚାରି ଘଣ୍ଟାରେ ପାନ କାର୍ଡ଼ ଦେବା ନେଇ ତର୍ଜମା କରୁଛନ୍ତି। ଖୁବ୍‌ଶୀଘ୍ର ଏହା କାର୍ଯ୍ୟକାରୀ ହେବ।”

ସିବିଡିଟି ଖୁବଶୀଘ୍ର ଚାରି ଘଣ୍ଟା ମଧ୍ୟରେ ଇ-ପାନ୍ କାର୍ଡ଼ ଦେବାର ସୁବିଧା କରୁଛି। ଏକ ବର୍ଷ ମଧ୍ୟରେ ବିଭାଗ ଲୋକଙ୍କୁ ଚାରି ଘଣ୍ଟାରେ ପାନ୍ କାର୍ଡ଼ ଦେବା ଆରମ୍ଭ କରିଦେବ। ଏଥିପାଇଁ ଆପଣଙ୍କୁ ଆଧାର କାର୍ଡ ଦେବାକୁ ପଡ଼ିବ ଓ ଚାରି ଘଣ୍ଟାରେ ଆପଣ ପାନ କାର୍ଡ ପାଇଯିବେ।

୨୦୧୭ରେ ସିବିଡ଼ିଟି ଇ-ପାନ୍ କାର୍ଡ଼ର ସୁବିଧା ଆରମ୍ଭ କରିଥିଲା। ଏହାଦ୍ୱାରା ଆବେଦନକାରୀଙ୍କୁ ପାନ୍ କାର୍ଡ଼ର ସଫ୍ଟ କପି ପିଡିଏଫ ମାଧ୍ୟମରେ ପଠାଯାଉଛି। ଆବେଦନକାରୀ ନିଜ ଇ-ମେଲରୁ ଡାଉନଲୋଡ କରି ପାନ୍ କାର୍ଡ଼ ଉପଯୋଗ କରିପାରିବେ।

Comment