ଓଡ଼ିଶାଲାଇଭ୍ ବ୍ୟୁରୋ

ଟ୍ରେନରେ ଯାତ୍ରା କରିବା ସମୟରେ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖିନ ହୁଅନ୍ତି। ବିଭିନ୍ନ ଅଘଟଣ ତଥା ଅପରାଧୀଙ୍କ ଭୟ ମଧ୍ୟ ଥାଏ। ଏହାକୁ ଦୃଷ୍ଟିରେ ରଖି ଟ୍ରେନ୍‌ର ବଗିରେ ସିସିଟିଭି ଲଗାଇବାର ପ୍ରସ୍ତାବ ଦିଆଯାଇଛି।

ବୁଧବାର ଆର୍‌ପିଏଫ୍‌ ଓ ଜିଆର୍‌ପିର ସମନ୍ୱୟ ବୈଠକରେ ଏହି ପ୍ରସ୍ତାବ ଦିଆଯାଇଛି। ପୋଲିସ୍‌ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ବୈଠକରେ ରେଳବାଇ ଭିତ୍ତିଭୂମିର ବିକାଶ, ନକ୍ସଲ ଅଞ୍ଚଳରେ ସୁରକ୍ଷିତ ରେଳ ଚଳାଚଳ, ଯାତ୍ରୀମାନଙ୍କ ସୁରକ୍ଷା ବିଷୟରେ ଅଲୋଚନା ହୋଇଥିଲା।

ଟ୍ରେନ ଭିତରେ ସିସିଟିଭି ଲଗାଇବା ଦ୍ୱାରା ଯାତ୍ରୀମାନଙ୍କ ଅସୁବିଧା ତଥା ଅପରାଧୀଙ୍କ ଉପରେ ନଜର ରଖାଯାଇପାରିବ। ବିଶେଷ କରି ମହିଳାମାନେ ଏହି ପଦକ୍ଷେପକୁ ନେଇ ଅଧିକ ସୁରକ୍ଷିତ ମନେ କରିବେ।

ବୈଠକରେ ଆରପିଏଫ୍‌ର ତିନି ଜଣ ଆଇଜି, ଜିଆର୍‌ପିର ଏଡିଜି ଓ ଦୁଇ ଜଣ ଏସ୍‌ପି ଉପସ୍ଥିତ ଥିଲେ।

Comment