ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତା ବରୁଣ ଧୱନ ଏଯାଏଁ ଗୋଟିଏ ବି ଫ୍ଲପ୍ ଫିଲ୍ମ ଦେଇନାହାନ୍ତି।

ବଲିଉଡର ହାର୍ଟଥ୍ରୋବ୍ ବରୁଣ ଧୱନ ଗତ ଛଅ ବର୍ଷ ମଧ୍ୟରେ ଗୋଟିଏ ବି ଫ୍ଲପ୍ ସିନେମା ଦେଇନାହାନ୍ତି। ନିକଟରେ ବରୁଣଙ୍କ ‘ସୁଇଧାଗା’  ଫିଲ୍ମ ମଧ୍ୟ ହିଟ୍‌ ହୋଇଥିଲା।  ବରୁଣ ଧୱନ ଓ ଅନୁଷ୍କା ଶର୍ମା ଷ୍ଟାରର ମୁଭି ‘ସୁଇଧାଗା’ ରିଲିଜ୍‌ ହେବା ଦିନ ହିଁ ହିଟ୍ ଘୋଷିତ ହୋଇଥିଲା।

ହେଲେ ଆପଣ କ’ଣ ଜାଣନ୍ତି କି ବରୁଣ ଧୱନଙ୍କର ଏହା ହେଉଛି ଲଗାତାର ୧୧ ନମ୍ବର ହିଟ୍‌ ସିନେମା। ୨୦୧୨ରେ ବରୁଣଙ୍କ ଅଭିନୀତ ପ୍ରଥମ ସିନେମା ‘ଦି ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟର’ ସୁପରହିଟ୍ ହୋଇଥିଲା। ଏହା ପରେ ସେ କେବେ ବି ଫ୍ଲପ ସିନେମା ଦେଇନାହାନ୍ତି। ବରୁଣ ଧଓ୍ବନଙ୍କ ଅଭିନୀତ ପ୍ରତିଟି ସିନେମା ଆଉ ହିଟ୍ ବା ସୁପରହିଟ୍‌ ହୋଇଛି। ଗୋଟିଏ ବି ସିନେମା ଫ୍ଲପ୍‌ ତାଲିକାଭୁକ୍ତ ହୋଇନାହିଁ। ତାଙ୍କର ଦୁଇଟି ଫିଲ୍ମ ଆଭରେଜ୍‌ ତାଲିକାରେ ଥିବା ବେଳେ ଅନ୍ୟ ସିନେମା ହିଟ୍ ବା ସୁପରହିଟ୍ ଶ୍ରେଣୀଭୁକ୍ତ ହୋଇଛି।

ଏବେ ଆସନ୍ତୁ ନଜର ପକାଇବା ବରୁଣଙ୍କ ଅଭିନୀତ ଫିଲ୍ମଗୁଡ଼ିକର ବକ୍ସ ଅଫିସ୍ କଲେକ୍ସନ୍‌ ଉପରେ…

ଦ ଷ୍ଟୁଡେଣ୍ଟ ଅଫ୍ ଦ ଇୟର

କରଣ ଜୋହରଙ୍କ ନିର୍ଦ୍ଦେଶିତ ‘ଦି ଷ୍ଟୁଡେଣ୍ଟ ଅଫ୍ ଦ ଇୟର୍’ରୁ ବଲିଉଡରେ ହିରୋ ଭାବେ ଡେବ୍ୟୁ କରିଥିଲେ ବରୁଣ ଧୱନ। ଏହି ସିନେମାରେ ବରୁଣଙ୍କ ସହିତ ଆଲିଆ ଭଟ୍ଟ ଓ ସିଦ୍ଧାର୍ଥ ମାଲହୋତ୍ରା ଥିଲେ। ଏହା ୭୦ କୋଟିର ବ୍ୟବସାୟ କରିଥିଲା। ଏହାକୁ ‘ହିଟ୍’ ଘୋଷିତ କରାଯାଇଥିଲା।

ମେ ତେରା ହିରୋ

ଡେଭିଡ ଧୱନଙ୍କ ନିର୍ଦ୍ଦେଶିତ ତଥା ବରୁଣ ଧୱନଙ୍କ ଅଭିନୀତ ଦ୍ୱିତୀୟ ଫିଲ୍ମ ହେଲା ‘ମେ ତେରା ହିରୋ’। ଏଥିରେ ବରୁଣଙ୍କ ବିପକ୍ଷରେ ଦୁଇ ଜଣ ହଟ୍ ନାୟିକା ନରଗିସ୍ ଫକରି ଓ ଇଲିଆନା ଡିକ୍ରୁଜ୍‌ ଥିଲେ। ଏହା ୫୫ କୋଟି ଟଙ୍କା ଆୟ କରିଥିଲା। ଏହା ଥିଲା ଆଭରେଜ୍‌।

ହମ୍ପଟି ଶର୍ମା କି ଦୁଲହନିଆ

ବରୁଣ ଧୱନଙ୍କ ତୃତୀୟ ସିନେମା ‘ହମ୍ପଟି ଶର୍ମା କି ଦୁଲହନିଆ’ ୭୮ କୋଟି ଟଙ୍କାର ବ୍ୟବସାୟ କରି ହିଟ୍ ତାଲିକା ଭୁକ୍ତ ହୋଇଥିଲା। ଏଥିରେ ଆଲିଆ ଭଟ୍ଟ ଥିଲେ ତାଙ୍କର ନାୟିକା।

ବଦ୍‌ଲାପୁର

ବଲିଉଡର ହାର୍ଟଥ୍ରୋବ୍‌ ବରୁଣ ଧୱନଙ୍କର ପ୍ରଥମ ସିରିଅସ୍ ଫିଲ୍ମ ହେଲା ‘ବଦ୍‌ଲାପୁର’। ଏହା ୫୩ କୋଟି ଟଙ୍କାର ବ୍ୟବସାୟ କରିଥିଲା। ବଦଲାପୁରରେ ୟାମି ଗୌତମ୍‌ ଥିଲେ। ଏହା ହିଟ୍ ଘୋଷିତ ହୋଇଥିଲା।

ଏବିସିଡି-୨

ବଲିଉଡର ଲୋକପ୍ରିୟ ନାୟକ ବରୁଣ ଧୱନଙ୍କ କ୍ୟାରିଅର୍ ସର୍ବପ୍ରଥମ ଶହେ କୋଟିର ସିନେମା ହେଲା ‘ଏବିସିଡି-୨’, ରେମୋ ଡିସୌଜାଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଶ୍ରଦ୍ଧା କପୁର ଥିଲେ ନାୟିକା ଭୂମିକାରେ। ଏହା ୧୦୭ କୋଟି ଟଙ୍କାର କଲେକ୍ସନ୍‌ କରିଥିଲା। ଏହା ବି ବରୁଣଙ୍କ କ୍ୟାରିଅରର ପ୍ରଥମ ସୁପରହିଟ୍ ସିନେମା।

ଦିଲୱାଲେ

ବରୁଣ ଧୱନଙ୍କ ‘ ଦିଲୱାଲେ’ରେ ଶାହାରୁଖ ଖାନ୍‌, କାଜୋଲ୍‌ ଓ କ୍ରିତି ସନନ୍‌ ବି ଥିଲେ। ଏହା ୧୪୮ କୋଟିର ଆୟ କରି ଆଭରେଜ୍‌ ତାଲିକାଭୁକ୍ତ ହୋଇଥିଲା।

ଢିସୁମ୍‌

ବରୁଣ ଧୱନଙ୍କର ଆଉ ଏକ ହିଟ୍ ସିନେମା ହେଲା ‘ଢିସୁମ୍‌’। ଏହା ୭୦ କୋଟି ଟଙ୍କାର କଲେକ୍ସନ କରିଥିଲା।

ବଦ୍ରିନାଥ କି ଦୁଲହନିଆ

ବରୁଣ ଧୱନ ଓ ଆଲିଆ ଭଟ୍ଟ ଷ୍ଟାରର୍‌ ‘ବଦ୍ରିନାଥ କି ଦୁଲହନିଆ’ ସୁପରହିଟ୍ ହୋଇଥିଲା। ଏହା ୧୧୬ କୋଟି ଟଙ୍କାର ବ୍ୟବସାୟ କରିଥିଲା।

ଜୁଡୱା-୨

ଏହା ୧୩୮ କୋଟି ଟଙ୍କାର ଆୟ କରି ସୁପରହିଟ୍ ହୋଇଥିଲା। ପିତା ଡେଭିଡ ଧୱନ୍‌ଙ୍କ ପୂର୍ବ ସୁପରହିଟ୍ ସିନେମା ‘ଜୁଡୱା’ର ଏହା ସିକ୍ୱେଲ୍।

ଅକ୍ଟୋବର

ସୁଜିତ ସରକାରଙ୍କ ନିର୍ଦ୍ଦେଶିତ ‘ଅକ୍ଟୋବର’ ବକ୍ସ ଅଫିସରେ ୪୫ କୋଟି ଟଙ୍କାର କଲେକସନ୍‌ କରି ଥିଲା। ଏହି ଫିଲ୍ମ ଆଭରେଜ୍‌ ଥିଲା।

Comment