ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୫୮ ବର୍ଷର ଫିଲ୍ମ ଯାତ୍ରାରୁ ଶେଷରେ ସନ୍ନ୍ୟାସ ନେବାକୁ ଯାଉଛନ୍ତି କମଲ ହାସନ।

ସିନେମା ଜଗତରେ ବେଶ୍ ସଫଳତା ପାଇବା ପରେ ଏବେ ରାଜନୀତିରେ ସମୟ ଦେବାକୁ ଚାହୁଁଛନ୍ତି  ଅଭିନେତା କମଲ ହାସନ। ସେ ‘ମକ୍କଲ ନିଧି ମାଇମ’ ନାମକ ଏକ ଦଳ ବି ଗଢ଼ିଛନ୍ତି। ଏବେ ସେ ସମ୍ପୂର୍ଣ୍ଣ ଭାବେ ରାଜନୀତିରେ ସମୟ ଦେବାକୁ ନିଷ୍ପତ୍ତି କରିଛନ୍ତି। କେରଳର କୋଚିଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହି ସୂଚନା ଦେଇଛନ୍ତି।

ଖ୍ୟାତନାମା ଫିଲ୍ମ ନିର୍ଦ୍ଦେଶକ ଏସ୍ ଶଙ୍କରଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଫିଲ୍ମ ‘ଇଣ୍ଡିଆନ- ୨’ରେ ଶେଷଥର ପାଇଁ ଅଭିନୟ କରିବେ କହିଛନ୍ତି। ୧୯୯୬ ମସିହାରେ ଇଣ୍ଡିଆନ-୨ର ପ୍ରଥମ ପାର୍ଟ ଇଣ୍ଡିଆନ ମୁକ୍ତିଲାଭ କରିଥିଲା।  

୨୦୧୯ ଲୋକସଭା ନିର୍ବାଚନରେ ତାମିଲନାଡୁରୁ ତାଙ୍କ ଦଳ ପ୍ରାର୍ଥୀ ଦେବାପାଇଁ ପ୍ରସ୍ତୁତି ଚଳାଇଥିବା କମଲ ହାସନ କହିଛନ୍ତି।

ଡିସେମ୍ବର ୨ରୁ ଇଣ୍ଡିଆନ-୨ର ସୁଟିଂ ଆରମ୍ଭ ହୋଇଯାଇଛି।

୧୯୬୦ ମସିହାରେ ଶିଶୁ କଳାକାର ଭାବେ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା କମଲ ହାସନଙ୍କ ଅଭିନୟ ଜୀବନ ଶେଷ ହେବାକୁ ଯାଉଛି। ସେ ପ୍ରଥମେ ଏକ ତାମିଲ ଫିଲ୍ମରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ।

Comment