ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଡିସେମ୍ବର ଶେଷ ସପ୍ତାହରେ ଓଡ଼ିଶା ଗସ୍ତରେ ଆସିବେ। ଗସ୍ତ କାଳରେ ଓଡ଼ିଶାରେ ୨ ଦିନ ରହିବେ ରାହୁଲ। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ତେବେ ସେ କେବେ ଏବଂ କେଉଁ ସ୍ଥାନକୁ ଆସିବେ ସେନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇ ନାହିଁ।

୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ରାହୁଲ ଓଡ଼ିଶା ଗସ୍ତରେ ଆସୁଛନ୍ତି। କଂଗ୍ରେସ ଅଧ୍ୟକ୍ଷ ହେବା ପରେ ରାହୁଲଙ୍କର ଏହା ହେବ ପ୍ରଥମ ଓଡ଼ିଶା ଗସ୍ତ। ରାହୁଲ ଓଡ଼ିଶା ଗସ୍ତରେ ଆସୁଥିବା ଖବର ଜଣାପଡ଼ିବା ପରେ ଦଳୀୟ କର୍ମୀଙ୍କ ମନରେ ଉତ୍ସାହ ଭରି ଯାଇଛି।

Comment