ଓଡ଼ିଶାଲାଇଭ୍ ବ୍ୟୁରୋ

ଶେଷ ହେଲା ରିମାଣ୍ଡ। ଢେଙ୍କାନାଳ ଜେଲ୍‌କୁ ଫେରିଲେ ଫୟାଜ ରେହମାନ।

ଢେଙ୍କାନାଳ ଜିଲ୍ଲା ବେଲଟିକରିସ୍ଥିତ ସେଲଟର ହୋମର ଡାଡି ଫୟାଜ ରେହମାନଙ୍କ ରିମାଣ୍ଡ ଶେଷ ହୋଇଛି। ଶୁକ୍ରବାର ଡାଡି ଢେଙ୍କାନାଳ ଜେଲ୍‌କୁ ଫେରିଛନ୍ତି। ଫୟାଜଙ୍କୁ ଢେଙ୍କାନାଳ ପୋଲିସ ଚାରି ଦିନିଆ ରିମାଣ୍ଡରେ ନେଇ ପଚରା ଉଚୁରା କରୁଥିଲା।

ବଲଟିକିରିସ୍ଥିତ ସେଲଟର ହୋମରେ ଫୟାଜ ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆସିବା ପରେ ସାରା ରାଜ୍ୟରେ ନିଆଁ ଜଳିଥିଲା। ଶେଷରେ ଫୟାଜଙ୍କୁ ଗିରଫ କରିଥିଲା ପୋଲିସ।

ଖାଲି ସେତିକି ନୁହେଁ, ଏଠାରେ ଧର୍ମାନ୍ତରୀକରଣ କରାଯାଉଥିବା ମଧ୍ୟ ଅଭିଯୋଗ ଆସିଥିଲା। ଗୋ ନ୍ୟୁଜ ଇଣ୍ଡିଆ ପକ୍ଷରୁ ସାରା ରାଜ୍ୟରେ ପରିଚାଳିତ ହେଉଥିବା ୨୬ଟି ସେଲଟର ହୋମକୁ ସରକାର ବନ୍ଦ କରିଛନ୍ତି।

Comment