ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାରସୁଗୁଡ଼ା ଜିଲ୍ଲାସ୍ଥିତ ପରଙ୍ଗାମାଲ ଗ୍ରାମରେ ଚାରି ବର୍ଷର ଶିଶୁ ଧାନ ବେଙ୍ଗଳା ମେସିନ୍‌ରେ ପଡ଼ି ପ୍ରାଣ ହରାଇଛି।

ଝାରସୁଗୁଡ଼ା ଜିଲ୍ଲାସ୍ଥିତ ବନହରପାଲି ଥାନା ଅନ୍ତର୍ଗତ ବରଙ୍ଗାମାଲ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଚାରି ବର୍ଷର ଶିଶୁ ପୁତ୍ର ଖଳାରେ ଧାନ ବେଙ୍ଗଳା ଚାଲିଥିବା ବେଳେ ମେସିନ୍‌ରେ ପଡ଼ି ପ୍ରାଣ ହରାଇଛି।

କୃଷ୍ଣଚନ୍ଦ୍ର ଭୋଇ ନିଜ ଖଳାରେ ଥ୍ରେସର୍‌ ମେସିନ୍‌ ଯୋଗେ ଧାନ ବେଙ୍ଗଳା କରୁଥିଲେ। ସେହି ପାଖରେ ତାଙ୍କ ଚାରି ବର୍ଷର ପୁଅ ଖେଳୁଥିଲା। ବାରମ୍ବାର ମନା କରିନା ପରେ ବି ଛୁଆଟି ସେଠାରେ ଖେଳୁଥିଲା।

ଏହାପରେ ଛୁଆଟି ଅସାବଧାନତା ଭାବରେ ମେସିନ୍‌ ଭିତରେ ପଶି ଯାଇଥିଲା। ତାକୁ ଗୁରୁତର ଅବସ୍ଥାରେ ଟିଆର୍‌ଏଲ ହସ୍ପିଟାଲକୁ ନିଆଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comment