ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବିବାହ ପରେ ମଧ୍ୟ କୁଆଁରୀ ଭଳି ଲାଗୁଥିବା ବଲିଉଡର ହିଟ୍‌ ଅଭିନେତ୍ରୀ।

ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି, ଯିଏ ବିବାହ କରିବା ପରେ ମଧ୍ୟ ଅନେକ ଫିଲ୍ମରେ ଲିଡ୍‌ ରୋଲରେ ଅଭିନୟ କରିଛନ୍ତି। ଏମାନଙ୍କୁ ଦେଖିଲେ ଏମାନେ ବିବାହିତ ବୋଲି ଆପଣଙ୍କ ଆଖି ଧୋକା ଖାଇଯିବ। ଆସନ୍ତୁ ଜାଣିବା ବିବାହ ପରେ ମଧ୍ୟ କୁଆଁରୀ ଭଳି ଲାଗୁଥିବା ବଲିଉଡର କିଛି ହିଟ୍‌ ଅଭିନେତ୍ରୀଙ୍କୁ।

ଇଲିଆନା ଡିକ୍ୟୁଜ

ଲିଷ୍ଟ ପ୍ରଥମରେ ଅଛନ୍ତି ସାଉଥ୍‌ର ଟପ ଅଭିନେତ୍ରୀ ତଥା ବଲିଉଡରେ ନିଜ ଅଭିନୟରେ ଦର୍ଶକଙ୍କୁ ମତୁଆଲା କରୁଥିବା ଅଭିନେତ୍ରୀ ଇଲିଆନା ଡିକ୍ୟୁଜ। ଇଲିଆନା କନ୍ନଡ, ତାମିଲ ଓ ତେଲୁଗୁ ସିନେମାରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ପ୍ରଥମ କରି ଫିଲ୍ମ ‘ବରଫି’ରେ ରରବୀର କପୁରଙ୍କ ବିପକ୍ଷରେ ଅଭିନୟ କରି ବଲିଉଡରେ ଏଣ୍ଟ୍ରି କରିଥିଲେ ଇଲିଆନା । ଏହା ପରେ ଇଲିଆନା ବଲିଉଡର ବହୁ ନାମୀଦାମୀ କଳାକାରଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

୨୦୧୭ରେ ଇଲିଆନା ନିଜ ପ୍ରେମିକ ଏଣ୍ଡ୍ରୁ ନିବୋନଙ୍କ ସହ ଚୁପଚାପ ବିବାହ କରିଛନ୍ତି। ନିକଟରେ ଫିଲ୍ମ ‘ରେଡ’ରେ ଅଜୟ ଦେବଗନଙ୍କ ସହ ନଜର ଆସିଥିଲେ।

ଅସିନ୍‌

ଲିଷ୍ଟ୍‌ର ଦ୍ୱିତୀୟରେ ଅଛନ୍ତି ଅଭିନେତ୍ରୀ ଅସିନ୍‌। ଫିଲ୍ମ ‘ଗଜନୀ’ ରେ ଜବରଦସ୍ତ ଅଭିନୟ କରି ବଲିଉଡରେ ଏଣ୍ଟ୍ରି କରିଥିଲେ ସାଉଥ୍‌ ଗର୍ଲ ଅସିନ୍‌। ଅମୀର ଖାନଙ୍କ ବିପକ୍ଷରେ ଚମତ୍କାର ଅଭିନୟ କରି ବଲିଉଡରେ ନିଜ ଯାଦୁ ଦେଖାଇଥିଲେ ସେ। ଏହା ପରେ ରେଡି, ହାଉସ୍‌ଫୁଲ-୨,ଖିଲାଡି-୭୮୬ ଭଳି ହିଟ ଫିଲ୍ମ ଦେଇଛନ୍ତି ସେ।

୨୦୧୬ରେ ପ୍ରେମିକ ରାହୁଲ ଶର୍ମାଙ୍କ ସହ ବିବାହ କରିଥିଲେ। ଇତି ମଧ୍ୟରେ ଗୋଟେ ପିଲା ର ମା’ ମଧ୍ୟ ହୋଇସାରିଛନ୍ତି ସେ। କିନ୍ତୁ ଆଜି ବି ଜବରଦସ୍ତ ଲୁକ୍‌ରେ ନିଜ ଫ୍ୟାନମାନଙ୍କୁ ଦିୱାନା କରୁଛନ୍ତି ଅସିନ୍‌।

ଚିତ୍ରାଙ୍ଗଦା ସିଂହ

ଅଭିନେତ୍ରୀ ଚିତ୍ରାଙ୍ଗଦା ହେଉଛନ୍ତି ଏହି ଲିଷ୍ଟର ଅନ୍ୟତମ ଅଭିନେତ୍ରୀ। ଚିତ୍ରାଙ୍ଗଦା ୨୦୦୧ରେ ଜ୍ୟୋତି ସିଂହ ରନ୍ଧାୱାଙ୍କୁ ବିବାହ କରିଥିଲେ। ତାଙ୍କର ଏକ ପୁଅ ମଧ୍ୟ ଅଛି ଏବଂ ନିଜ ବୈବାହିକ ଜୀବନରେ ବେଶ୍‌ ଖୁସି ଅଛନ୍ତି ସେ।

ବିବାହ ପରେ ମଧ୍ୟ ଦର୍ଶକ ଚିତ୍ରାଙ୍ଗଦା ପସନ୍ଦ କରୁଛନ୍ତି। ‘ଗବର ଇଜ୍‌ ବ୍ୟାକ୍‌’, ‘ଦେଶୀ ବୟଜ’ ଓ ମୁନ୍ନା ମାଇକେଲ ଭଳି ହିଟ ଫିଲ୍ମ ଦେଉଛନ୍ତି ସେ। ବିବାହ ପରେ ମଧ୍ୟ ନିଜ ଲୁକ୍‌ରେ ଦର୍ଶକଙ୍କୁ ମତୁଆଲା କରୁଛନ୍ତି ବିୟୁଟି ଚିତ୍ରାଙ୍ଗଦା।

Comment