ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟର ଅନ୍ୟତମ ପ୍ରମୁଖ ସାଂସ୍କୃତିକ ଜିଲ୍ଲା ମୟୂରଭଞ୍ଜ। ରାଜତନ୍ତ୍ର ସମୟରୁ ଏହି ଜିଲ୍ଲାର କଳା, ସଂସ୍କୃତି ଓ ସାହିତ୍ୟର ଏକ ସ୍ଵତନ୍ତ୍ର ପରିଚୟ ରହିଆସିଛି। ଏ ଜିଲ୍ଲାରେ ବହୁ ସମ୍ପ୍ରଦାୟର ଲୋକେ ବସବାସ କରୁଥିବାରୁ ସେମାନଙ୍କରର ଭିନ୍ନ ଭିନ୍ନ ପାରମ୍ପରିକ ନୃତ୍ୟ ଗୀତ ଜନମାନସକୁ ବେଶ ଅ।ମୋଦିତ କରିଥାଏ। ବିଗତବର୍ଷମାନଙ୍କ ପରି ଚଳିତବର୍ଷ ବାରିପଦାଠାରେ ଅନୁଷ୍ଠିତ ହୋଇଛି ମୟୂରଭଞ୍ଜ ମହୋତ୍ସବ।

ଓଡ଼ିଆ ସିନେଜଗତର ପ୍ରମୁଖ କଳାକାର ଅସିତ ପତିଙ୍କ ଅଧ୍ୟକ୍ଷତାରେ ଏହି ମହୋତ୍ସବ ଆୟୋଜିତ ହୋଇଥିଲା। ଏହି ଉତ୍ସବକୁ ବିଧାନସଭାର ଉପବାଚସ୍ପତି ତଥା ବାରିପଦା ବିଧାୟକ ସାନନ୍ଦ ମାର୍ଣ୍ଡି ଉଦ୍‌ଘାଟନ କରିଥିଲେ।

ଜିଲ୍ଲାପରିଷଦର ଅଧ୍ୟକ୍ଷ ସୁଜାତା ମୁର୍ମୁ ଏବଂ ବାରିପଦା ପୌରପାଳ ସୁଜାତା ଦାସ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଏହି ମହୋତ୍ସବର ପ୍ରତିଦିନ ସନ୍ଧ୍ୟାରେ ମଜା ଉଠାଇବା ପାଇଁ ଦର୍ଶକଙ୍କ ଭିଡ଼ ଲାଗିରହିଥିଲା।

ମୟୁରଭଞ୍ଜର ବିଭିନ୍ନ ଲୋକନୃତ୍ୟ ଓ ଗୀତ ବାରିପଦା ପରିକ୍ରମା କରିଥିଲେ। ଏହି ମହୋତ୍ସବରେ ଜିଲ୍ଲାର ଉଦୀୟମାନ କଳାକାରମାନେ ଅଂଶଗ୍ରହଣ କରିଥିଲେ। ଆଦିବାସୀମାନଙ୍କର ବିଭିନ୍ନ ପ୍ରକାର ପାରମ୍ପାରିକ ନୃତ୍ୟ ଗୀତ ସାଙ୍ଗକୁ ବିଭିନ୍ନ ପାରମ୍ପରିକ ଖାଦ୍ୟ ପାନୀୟର ଷ୍ଟଲ ବି ଦେଖିବାକୁ ମିଳିଥାଏ।

ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ବିଭିନ୍ନ ଦଳମତ ବର୍ଗର ରାଜନେତାମାନଙ୍କଠାରୁ ଅ।ରମ୍ଭ କରି କଳାକାର ଶିକ୍ଷାବିତ୍ତ କାର୍ଯ୍ୟକ୍ରମକୁ ବେଶ ଉପଭୋଗ କରିଥାନ୍ତି।

Comment