ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର ଲୋକ ମହୋତ୍ସବ ‘ମଣ୍ଡେଇ’ ୨୦୧୮ ଉଦ୍‌ଘାଟିତ ହୋଇଯାଇଛି।

ନବରଙ୍ଗପୁରର ଲୋକ ମହୋତ୍ସବ ‘ମଣ୍ଡେଇ’ ୨୦୧୮ ଉଦଘାଟିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବହୁ ଧୁମଧାମରେ ପାଳନ କରାଯାଇଛି। ନବରଙ୍ଗପୁର ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାର ଘରଣୀଙ୍କ ପୀଠରୁ ସକାଳୁ ପୂଜାର୍ଚ୍ଚନା କରିବା ପରେ ମା’ଙ୍କଠାରୁ ଆଜ୍ଞାମାଳ ନେଇ ସେଠାରୁ ମଶାଲ ଶୋଭାଯାତ୍ରା ବାହାରି ମଣ୍ଡେଇ ପଡ଼ିଆଠାରେ ପହଞ୍ଚିଥିଲା। ପରେ ସେଠାରେ ଭିମଭିମାଣିଙ୍କୁ ସ୍ଥାପନ ପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇ ମଣ୍ଡେଇ ମହୋତ୍ସବର ଉଦଘାଟନ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର କହିଥିଲେ, “ନବରଙ୍ଗପୁର ଜିଲ୍ଲା ସବୁ କ୍ଷେତ୍ରରେ ବିକାଶ କରୁଛି। ମଣ୍ଡେଇ ଜିଲ୍ଲାର କଳା ଓ ସଂସ୍କୃତି ବିକାଶରେ ମାଧ୍ୟମ ପାଲଟିଛି। ଜିଲ୍ଲାର ଉନ୍ନତି ପାଇଁ ରାଜ୍ୟସ୍ତରରେ ବହୁ ପୁରସ୍କାର ମିଳିଛି। ଆଗାମୀ ଦିନରେ ଆହୁରି ଅଧିକ ଆଗେଇବାକୁ ହେବ ଏବଂ ଏଥିପ୍ରତି ସମସ୍ତଙ୍କ ସହଯୋଗ କାମନା କରୁଛି।”

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ତଥା ସଂଖ୍ୟା ଲଘୁ ବିଭାଗ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ସମ୍ମାନୀୟ ଅତିଥି ଭାବେ ସଞ୍ଜୟ ଦାସବର୍ମା, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀ, ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ସାଂସଦ ବଳଭଦ୍ର ମାଝୀ, ଡାବୁଗାଁ ବିଧାୟକ ଭୁଜବଳ ମାଝୀ, ଉମରକୋଟ ବିଧାୟକ ସୁବାସ ଗଣ୍ଡ, ଜିଲ୍ଲାପରିଷଦ ଅଧ୍ୟକ୍ଷ। ଭଗବତୀ ଭତ୍ର।, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ।

ନିବେଦିତା ମହାନ୍ତି, ସ୍ୱତନ୍ତ୍ର ବିକାଶ ପରିଷଦ ଉପାଧ୍ୟକ୍ଷ। ମଞ୍ଜୁଳା ମାଝୀ, ମୁନ୍ନା ଖାଁ, ଅତିରିକ୍ତ ଏସପି ଶାନ୍ତନୁ ମହାନ୍ତି ଯୋଗ ଦେଇଥିବା ବେଳେ ନବରଙ୍ଗପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ମଞ୍ଚ ପରିଚାଳନା କରିଥିଲେ। ଏହାପରେ ଅତିଥିମାନେ ପଲ୍ଲୀଶ୍ରୀ ମେଳା ଓ ବିଭିନ୍ନ ଉନ୍ନୟନ ପ୍ରଦର୍ଶନୀର ଉଦଘାଟନ କଟିଥିଲେ। ଏବଂ ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ନିଆଲ ଧନ୍ୟବାଦ ଅର୍ପଣ କରିଥିଲେ।

ନୃତ୍ୟ-ବାଦ୍ୟରେ ଜମିଲା ଶୋଭାଯାତ୍ର।

ମଣ୍ଡେଇ ମହୋତ୍ସବ ପାଇଁ ମଶାଲ ଶୋଭାଯାତ୍ରା ସହର ପରିକ୍ରମା କରିଥିବା ବେଳେ ସେଥିରେ ଲୋକ ନୃତ୍ୟ ଓ ବାଦ୍ୟ ମୁଖ୍ୟ ଆକର୍ଷଣ ଥିଲା। ଜିଲ୍ଲାର ବିଭିନ୍ନ ପାରମ୍ପରିକ ନୃତ୍ୟ, ଲାଠି ଦେବୀଙ୍କ ସମେତ ଅନେକ ସାଂସ୍କୃତିକ ଦଳ ସାମିଲ ହୋଇଥିଲେ। ବିଭିନ୍ନ ନାଚ ଗୀତରେ ନବରଙ୍ଗପୁର ସହର ଦୁଲୁକି ଉଠୁଥିଲା। ବିଶେଷକରି ମହିଳାମାନେ ଏହି ଶୋଭାଯାତ୍ର।ରେ ବାହୁମାତ୍ରାରେ ଯୋଗ ଦେଇଥିଲେ। ପାରମ୍ପରିକ ନୃତ୍ୟ, ବାଦ୍ୟ ଭିତରେ ସିଙ୍ଘ ବାଦ୍ୟ, ସାଇଲଡି, ମାଟି ମନ୍ଦାର, କାଠି ନାଚ, ହୁଡୁକି ବାଦ୍ୟ ମୁଖ୍ୟ ରାସ୍ତାକୁ ଦୁଲୁକାଇବା ସହ ଦେଖାଣାହାରିଙ୍କ ପାଇଁ ମଧ୍ୟ ବେଶ୍‌ ମନୋରଞ୍ଜନ କରିଥିଲା।

Comment