ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାରିପଦା ମଣ୍ଡଳ କାରାଗାରରେ ଚିକିତ୍ସାଧିନ ଥିବା କଏଦୀ ଫେରାର ଘଟଣାରେ ଦୁଇ ଜଣ ୱାର୍ଡନଙ୍କୁ ଚାକିରିରୁ ନିଲମ୍ବିତ ହୋଇଛନ୍ତି।

ବାରିପଦାର ମଣ୍ଡଳ କାରାଗାରରେ ଚିକିତ୍ସାଧିନ ଅବସ୍ଥାରେ ଥିବା ଜଣେ  କଏଦୀ  ଫେରାର  ହୋଇଛି। ଏହି ଘଟଣା ପାଇଁ ଦୁଇ ଜଣ ଜେଲ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।

ସୂଚନା ଅନୁଯାୟୀ, କଏଦୀ କାହ୍ନୁଚରଣ ଚିକିତ୍ସାଧିନ ଅବସ୍ଥାରେ ବାରିପଦା ମେଡିକାଲ କଲେଜ ପରିସରରୁ ଚମ୍ପଟ ହୋଇଯାଇଛି। ଶୌଚ ହେବା ବାହାନାରେ କଏଦୀ ଜଣକ ୨ ଜଣ ୱାର୍ଡନଙ୍କୁ ଚକମା ଦେଇ ଫେରାର ହୋଇଛନ୍ତି। ଏହି ଘଟଣା ପାଇଁ ଦୁଇଜଣ ୱାର୍ଡନଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।

ନିଲମ୍ବିତ  ୱାର୍ଡନ ହେଲେ ସତ୍ୟବ୍ରତ ବେହେରା ଓ ମାନସ ରାଉତ।

Comment