ଓଡ଼ିଶାଲାଭ୍‌ ବ୍ୟୁରୋ 

ଏକ ଲିଟର ପାଣି ବୋତଲ କିଣିବା ପାଇଁ ଆପଣ ସର୍ବାଧିକ କେତେ ଟଙ୍କା ଖର୍ଚ୍ଚ କରିପାରିବେ? ଏହାର ଉତ୍ତର ଆସିବ ୨୦ ଟଙ୍କାରୁ ୫୦ ଟଙ୍କା। କିନ୍ତୁ ଆପଣଙ୍କୁ ବିଶ୍ୱରେ ଉପଲବ୍ଧ ହେଉଥିବା ଏଭଳି ପାଣି ବୋତଲ ବିଷୟରେ କହୁଛୁ, ଯାହାର ୭୫୦ ମିଲିଲିଟର ଦାମ୍ ହଜାରେ ଟଙ୍କାରୁ ଆରମ୍ଭ କରି ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ରହିଛି।

ବିଶ୍ୱର ଏହି ମହଙ୍ଗା ପାଣି ବୋତଲ ପାଇଁ ଯେତିକି ଟଙ୍କା ଖର୍ଚ୍ଚ କରିବେ ସେହି ମୂଲ୍ୟରେ ଆପଣ ବିଏମଡବ୍ଲୁ କି ଅଡି କାର କିଣିପାରିବେ। ‘ଆକ୍ୱା ଦି କ୍ରିସଷ୍ଟାଲୋ ଟ୍ରିବୋବୋ ମୋଦିଗଲିନା’ ବିଶ୍ୱର ସବୁଠୁ ମହଙ୍ଗା ପାଣି ବୋତଲ। ଏହି ବୋତଲର ଦାମ କାହିଁକି ଏତେ ରହିଛି ଆପଣଙ୍କ ମନରେ ବାରମ୍ବାର ପ୍ରଶ୍ନ ଉଙ୍କି ମାରୁଥିବ।

ଏହାର କାରଣ ହେଉଛି ପାଣି ବୋତଲରେ ୫ ଗ୍ରାମର ସ୍ୱର୍ଣ୍ଣ ଭସ୍ମ ରହିଛି। ୭୫୦ମିଲିଲିଟର ପାଣିର ମୂଲ୍ୟ ୪୦ ଲକ୍ଷ ଟଙ୍କା ରହିଛି। ଏହି ବୋତଲ ୨୪ କ୍ୟାରେଟ ସୁନାରେ ତିଆରି। ପାଣି ବୋତଲ ବିଭିନ୍ନ ରଙ୍ଗରେ ଉପଲବ୍ଧ। ଜାପାନରେ ବିକ୍ରି ହେଉଥିବା ଏହି ବୋତଲର ପାଣି ପିଇଲେ ଥକାପଣ, ଚିନ୍ତା ଦୂର ହେବା ସହ ମନରେ ଶାନ୍ତି ଆସିଥାଏ। ଖାଲି ସେତିକି ନୁହେଁ ପାଣି ପିଇଲେ ଓଜନ ହ୍ରାସ ହେବା ସହ ତ୍ୱଚାରେ ଚମକ ଆସିଥାଏ। ବଡ଼ ବଡ଼ ରେଷ୍ଟୁରାଣ୍ଟ, ସ୍ପା ଆଦିରେ ଏହି ପାଣି ବୋତଲ ବିକ୍ରି ହୋଇଥାଏ।

Comment