ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ବଡ଼ ମିଛୁଆ, ସେ ଦେଶବାସୀଙ୍କୁ ପ୍ରତ୍ୟେକ ଦିନ ମିଛ କହୁଛନ୍ତି। ସେ ଦେଶବାସୀଙ୍କ ସମ୍ମୁଖରେ ଅଭିନୟ କରୁଛନ୍ତି। କଳାକାରମାନଙ୍କଠୁ ବଳି ସେ ଅଭିନୟ କରିପାରନ୍ତି। ପ୍ରକୃତରେ ଆମ ଦେଶ ସମ୍ୱିଧାନ ଦ୍ୱାରା ହିଁ ପରିଚାଳିତ ହେବ। କୌଣସି ବାଇବେଲ୍‌, କୋରାନ, ଗୀତା କି ବେଦ ଦ୍ୱାରା ଦେଶ ପରିଚାଳିତ ହୋଇପାରିବ ନାହିଁ।” ଏପରି ବୟାନ ଦେଇଛନ୍ତି ଫିଲ୍ମ ଅଭିନେତା ପ୍ରକାଶ ରାଜ।

ସେ ଆହୁରି ମଧ୍ୟ କହିଛନ୍ତି, “ଜଣେ ନାଗରିକ ଭାବେ ମୁଁ ଏଠାକୁ ଆସିଛି, ଅଭିନେତା ଭାବେ ନୁହେଁ। ସମ୍ୱିଧାନର ରୂପକାର ଡକ୍ଟର ବାବା ସାହେବ ଆମ୍ୱେଦକରଙ୍କ ତିରୋଧାନ ଦିବସରେ ୧୯୯୨ ମସିହା ଡିସେମ୍ୱର ୬ ତାରିଖରେ ଭଙ୍ଗା ଯାଇଥିଲା ବାବ୍ରୀ ମସ୍‌ଜିଦ୍‌  ଯାହା ଭାରତ ଇତିହାସରେ ସୃଷ୍ଟି କରିଥିଲା  କଳା ଅଧ୍ୟାୟ। ସାମ୍ପ୍ରଦାୟିକ ଶକ୍ତିମାନେ ସମ୍ୱିଧାନକୁ ଅବମାନନା କରିଥିଲେ।”

ଓଡ଼ିଶା ଜନ ଚେତନା ମଞ୍ଚ ତରଫରୁ ଭୁବନେଶ୍ୱର ଉତ୍କଳ ମଣ୍ଡପଠାରେ ‘ସମ୍ୱିଧାନ ବଞ୍ଚାଅ, ଦେଶ ବଞ୍ଚାଅ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେଇଥିଲେ ବଲିଉଡର ଓ ଟଲିଉଡର ପ୍ରତିଷ୍ଠିତ ଅଭିନେତା ପ୍ରକାଶ ରାଜ। ଜନଚେତନା ମଞ୍ଚକୁ ନିମନ୍ତ୍ରଣ କରାଯାଇଥିବାରୁ ସେ ପ୍ରଥମେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ।

Comment