ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଏମିତି କେତେକ  ହିରୋଇନ ଅଛନ୍ତି ଯେଉଁମାନେ ଛୋଟ ପରଦାରୁ ଅଭିନୟ ଆରମ୍ଭ କରି ବଡ଼ ପରଦାରେ ଚର୍ଚ୍ଚାରେ ରହିଛନ୍ତି।

ଟେଲିଭିଜନ ଜଗତରେ ଅଭିନୟ କରି ଅନେକ ହିରୋଇନ ଚର୍ଚ୍ଚାରେ ରହି ଆସିଛନ୍ତି। ସେହି ସଫଳତା ତାଙ୍କୁ ପରବର୍ତ୍ତୀ ସମୟରେ ବଡ଼ ପରଦାକୁ ଟାଣି ଆଣିଛି।  ସେମିତି କିଛି ସଫଳ ବଲିଉଡ ଅଭିନୟ ରହିଛନ୍ତି ଯେଉଁମାନେ ପ୍ରଥମେ ସିରିଏଲରେ ହିଁ ଅଭିନୟ କରିଥିଲେ।

ହିନା ଖାନ

ଟେଲି ଜଗତର ଲୋକପ୍ରିୟରେ ନାୟିକା ହିନା ଖାନ ଏବେ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଏ କଥାକୁ ସତ ବୋଲି ନିଜେ ହିନା ସ୍ଵୀକାର କରିଛନ୍ତି। ହିନା ଖାନ ଏବେ ପ୍ରଖ୍ୟାତ ପ୍ରଯୋଜିକା ଏକତା କପୁରଙ୍କ ମେଗାଧାରାବହିକ ‘କସୌଟି ଜିନ୍ଦେଗୀ କେ’ ରେ କୋମଲିକା ଭୂମିକାରେ ନଜର ଆସୁଛନ୍ତି।

ହିନା ଖାନ ସର୍ବପ୍ରଥମେ ଲୋକପ୍ରିୟ ସିରିଏଲ ‘ୟେ ରିସ୍ତା କ୍ୟା କେହେଲାତା ହୈ’ ରେ ଲିଡ୍ ରୋଲରେ ନଜର ଆସିଥିଲେ। ଏହି ସିରିଏଲ ତାଙ୍କୁ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇଥିଲା

ତେବେ ହିନା ଯେଉଁ ହିନ୍ଦୀ ସିନେମା ଜରିଆରେ ବଲିଉଡରେ ପ୍ରବେଶ କରିବାକୁ ଯାଉଛନ୍ତି ତା’ର ନିର୍ଦ୍ଦେଶନା ହୁସେନ୍ ଖାନ ଦେବେ। ରାହତ କାଜମୀ ଏହି ଫିଲ୍ମର ପ୍ରଡ୍ୟୁସର ରହିଥିଲାବେଳେ ଶକ୍ତି ସିଂହ ଓ ରାହତ କାଜମୀ ଫିଲ୍ମର କାହାଣୀ ଲେଖିଛନ୍ତି।

ତେବେ ଏହି ସିନେମାର ଟାଇଟଲ ଏଯାଏଁ ଘୋଷିତ ହୋଇନାହିଁ। ଫିଲ୍ମର ସୁଟିଂ କାଶ୍ମୀରରେ ହେବ ବୋଲି ଶୁଣିବାକୁ ମିଳୁଛି। ଏହି ସିନେମାରେ ହିନା ଖାନ ଜଣେ ଦାୟିତ୍ଵ ସମ୍ପନ୍ନ ଓ ଆତ୍ମ ନିର୍ଭରଶୀଳ ଯୁବତୀ ଭୂମିକାରେ ନଜର ଆସିବେ।

ମୌନି ରାୟ

‘ନାଗୀନ’, ‘ମହାଦେବ’, ‘କିଉଁକି ଶାଶ ଭି କଭି ବୋହୂ ଥୀ’ ଭଳି ଲୋକପ୍ରିୟ ସିରିଏଲରେ ଅଭିନୟ କରି ବେଶ୍ ଚର୍ଚ୍ଚାରେ ରହିଥିଲେ। ପରେ ତାଙ୍କୁ ଫିଲ୍ମରେ କାମ କରିବାର ସୁଯୋଗ ମିଳିଥିଲା। ୨୦୧୮ରେ ଅଗଷ୍ଟ ମାସରେ ରିଲିଜ ହୋଇଥିବା ‘ଗୋଲ୍ଡ଼’ ଫିଲ୍ମ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିଥିଲେ। ଏଥିରେ ତାଙ୍କ ବିପକ୍ଷରେ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିଥିଲା। ତେବେ ମୌନିଙ୍କୁ ‘ବ୍ରହ୍ମାସ୍ତ୍ର’ରେ ବି ଦେଖିବାକୁ ମିଳିବ।

ପ୍ରାଚୀ ଦେଶାଇ

ଜିଟିଭିରେ ପ୍ରସାରିତ ଲୋକପ୍ରିୟ ଟିଭି ସିରିଏଲ ‘କସମ ସେ’ ରୁ କ୍ୟାରିୟର ଆରମ୍ଭ କରିଥିଲେ ପ୍ରାଚୀ ଦେଶାଇ। ଫରହାନ ଅଖତରଙ୍କ ବିପକ୍ଷରେ ‘ରକ୍ ଅନ’ ଫିଲ୍ମରେ ବଲିଉଡରେ ଡେବ୍ୟୁ କରିଥିଲେ।  ପରେ ସେ ‘ୱାନସ୍ ଅପନ୍ ଏ ଟାଇମ୍ ଇନ ମୁମ୍ବାଇ’, ‘ବୋଲ ବଚ୍ଚନ’, ‘ଆଇ ମି ଔର ତୁମ୍’ ଭଳି ସିନେମାରେ ନଜର ଆସିଥିଲେ।

ଗ୍ରେସି ସିଂହ

ଅମାନତ ଓ ପୃଥ୍ଵୀରାଜ ଭଳି ଲୋକପ୍ରିୟ ଟିଭି ସୋ ରେ ନଜର ଆସିବା ପରେ ଗ୍ରେସି ସଂହ ବଲିଉଡରେ ଏଣ୍ଟ୍ରି ନେଇଥିଲେ। ଗ୍ରେସି ସିଂହ ଗୁଲଜାରଙ୍କ ନିର୍ଦ୍ଦେଶିତ ‘ହୁ ତୁ ତୁ’ ଓ ସତୀଶ କୌଶିକଙ୍କ  ନିର୍ଦ୍ଦେଶିତ ଫିଲ୍ମ ‘ହମ୍ ଆପକେ ଦିଲ୍ ମେ ରେହେତେ ହୈଁ’ ରେ ଅଭିନୟ କରିଥିଲେ। ତାପରେ ସେ ‘ଲଗନ’, ମୁନ୍ନା ଭାଇ ଏମବିବିଏସ୍‌ରେ ନଜର ଆସିଥିଲେ।

ରାଗିଣୀ ଖାନ୍ନା

ଅଭିନେତ୍ରୀ ରାଗିଣୀ ଖାନ୍ନା ବି ସିରିଏଲ୍‌ ବିଲିଉଡକୁ ପ୍ରବେଶ କରିଛନ୍ତି।  ‘ରାଧାକି ବେଟିୟାଁ କୁଛ କର ଦିଖାୟେଙ୍ଗୀ’, ‘ଦସ୍ କା ଦମ୍’, ‘ଶଶୁରାଲ ଗେଣ୍ଡାଫୁଲ’, ‘ମେଁ ଲକ୍ଷ୍ମୀ ତେରେ ଆଙ୍ଗନ’ କି ଭଳି ଲୋକପ୍ରିୟ ସିରିଏଲରେ ଅଭିନୟ କରିଥିଲେ।

୨୦୧୧ ମସିହାରେ ଓମ୍ ପ୍ରକାଶ  ମେହେରାଙ୍କ କମେଡି ଫିଲ୍ମ ‘ତିନ ଥେ ଭାଇ’ ଜରିଆରେ ବଲିଉଡରେ ଅଭିନୟ କରିଥିଲେ। ସେହି ସମୟରେ ସେ ଚର୍ଚ୍ଚାରେ ରହିଥିଲେ।

Comment