ଓଡ଼ିଶାଲାଇଭ୍ ବ୍ୟୁରୋ

ସାରାବିଶ୍ଵରେ ସବୁଠୁ ଅଧିକ ଲୋକପ୍ରିୟତା ହାସଲ କରିଛି ‘ହ୍ଵାଟ୍ସଆପ୍’। ଜାଣନ୍ତୁ ଏହାର ପ୍ରତିଷ୍ଠାତା କିଏ ଥିଲେ।

ଆଧୁନିକ ଜୀବନଶୈଳୀରେ ସୋସିଆଲ ମିଡଆ ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ପାଲଟି ଗଲାଣି। ବିଶ୍ଵବାସୀ ଏବେ ବିଭିନ୍ନ ସୋସିଆଲ ମିଡିଆରେ ଛନ୍ଦି ହୋଇପଡ଼ିଲେଣି। ତେବେ ବର୍ତ୍ତମାନ ଦେଖାଯାଉଛି ‘ହ୍ଵାଟ୍ସଆପ୍’ର ଲୋକପ୍ରିୟତା ସୁବୁଠୁ ଅଧିକ।

ହେଲେ ଏହି ଆପଣ ଜାଣନ୍ତି କି ଏହି ଲୋକପ୍ରିୟ ଆପ୍‌ର ପ୍ରତିଷ୍ଠାତା କିଏ? ୨୦୦୯ରେ ୟାହୁ ସାଇଟ୍‌ରେ କାର୍ଯ୍ୟରତ ଦୁଇଜଣ କର୍ମଚାରୀ ବ୍ରିଆନ ଆକ୍ଟନ ଓ ଜାନ୍ କୋଉମ୍ ଏହି ‘ହ୍ଵାଟ୍ସଆପ୍’ର ଶୁଭାରମ୍ଭ କରିଥିଲେ।

ମାତ୍ର ୫୦ଜଣ ଲୋକଙ୍କ ସହଯୋଗରେ ଏହି ‘ହ୍ଵାଟ୍ସଆପ୍’ ଅଫିସ୍ ଚାଲିଥାଏ। ଏହାର ପ୍ରତିଷ୍ଠାତା ଏକ ସାକ୍ଷାତକାରରେ କହିଥିଲେ ‘ହ୍ଵାଟ୍ସଆପ୍’ ର ପ୍ରଚାର ପ୍ରସାର ନିମନ୍ତେ ସେମାନେ ବର୍ତ୍ତମାନ ସୁଦ୍ଧା ଗୋଟିଏ ଡଲାର ମଧ୍ୟ ଖର୍ଚ୍ଚ କରିନାହନ୍ତି।

ପ୍ରତ୍ୟେକ ବର୍ଗର ଲୋକ ଏହି ସୋସିଆଲ ସାଇଟ୍ ବ୍ୟବହାର କରି ଉପକୃତ ହେଉଛନ୍ତି। ଏହି ଆପ୍ ଜରିଆରେ ସମସ୍ତେ ନିଜ ନିଜର ଗ୍ରୁପ୍ ତିଆରି କରି ସେଥିରେ ମେସେଜ୍ ଦେଇପାରୁଛନ୍ତି।

Comment