ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆପଣ କୌଣସି କାମରେ ଘରୁ ବାହାରକୁ ଯାଇଛନ୍ତି ଏବଂ ଘରକୁ ଫେରିବା ପରେ ଆପଣ ଜାଣୁଛନ୍ତି କି ଆପଣ କୋଟିପତି ହୋଇ ସାରିଛନ୍ତି। ତେବେ ଆପଣଙ୍କ ପ୍ରତିକ୍ରିୟା କିଭଳି ରହିବ? ପ୍ରଶ୍ନଟି ଆପଣଙ୍କୁ ଦ୍ୱନ୍ଦ୍ୱରେ ପକାଉଥିଲେ ମଧ୍ୟ କଥାଟି ସତ। କାରଣ ଠିକ୍ ଏଭଳି କିଛି ଘଟଣା ଆମେରିକାରେ ଘଟିଛି। ଜଣେ ମହିଳା ବଜାରକୁ କୋବି କିଣିବା ପାଇଁ ଯାଇ କୋଟିପତି ବନି ଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ବନେସା ଓ୍ଵାର୍ଡ଼ ନାମକ ଜଣେ ମହିଳା ଘର ଖାଦ୍ୟ ତିଆରି କରିବା ପାଇଁ ବଜାରକୁ କୋବି କିଣିବା ପାଇଁ ଯାଇଥିଲେ। ସେଠାରେ ସେ କୋବି କିଣିବା ସହ ଏକ ସ୍କ୍ରାଚ୍ ଲଟେରୀ ଟିକେଟ ମଧ୍ୟ କିଣିଥିଲେ। ଘରକୁ ଫେରି ଟିକେଟକୁ ସ୍କ୍ରାଚ୍ କରିବା ପରେ ସେ ୧କୋଟି ୫୮ଲକ୍ଷ ଟଙ୍କା ଜିତି ଯାଇଥିବା ଜାଣିବାକୁ ପାଇଥିଲେ। କିନ୍ତୁ ସନ୍ଦେହ ହେବାରୁ ବନେସା ଟିକେଟ କିଣିଥିବା ଷ୍ଟୋରକୁ ଯାଇ ପଚାରିବା ପରେ ସତରେ ୧କୋଟି ୫୮ଲକ୍ଷ ଟଙ୍କା ଜିତିଥିବା ଜାଣି ତାଙ୍କ ଖୁସିର ଠିକଣା ରହି ନଥିଲା।

ଏତେ ଟଙ୍କା ଜିତିବା ପରେ କିଭଳି ସେ ଟଙ୍କାକୁ ଖର୍ଚ୍ଚ କରିବେ ବୋଲି ପ୍ରଶ୍ନ କରାଯିବା ପରେ, ଜିତିଥିବା ଟଙ୍କାକୁ ସେ ଚାକିରିରୁ ଅବସର ନେବା ପରେ ଜୀବନଯାପନ ପାଇଁ ବ୍ୟବହାର କରିବେ ବୋଲି କହିଥିଲେ।

Comment