ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାଡ଼ଖଣ୍ଡରେ ୮ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିବା ଯୁବତୀ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି।

ଝାଡ଼ଖଣ୍ଡରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୮ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିବା ଯୁବତୀ ଜୀବନ୍ତ ଅବସ୍ଥାରେ ଉଦ୍ଧାର ହୋଇଛି। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସମ୍ପୂର୍ଣ୍ଣ ସତ।

ଝାଡ଼ଖଣ୍ଡର ଗୁମଲା ଅଞ୍ଚଳର ଘଟଣା। ୮ ବର୍ଷ ପୂର୍ବେ ଝାଡ଼ଖଣ୍ଡର ଗୁମଲା ଗାଁର ଜଣେ ଯୁବକ ଚାକିରି ଦେବା ନାଁରେ ଜଣେ ଯୁବତୀଙ୍କୁ ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ଘରେ ଚାକରାଣୀ ଭାବେ କାମ କରାଉଥିଲା। ବିନା ଦରମାରେ ଯୁବତୀ ଜଣଙ୍କ ଦୀର୍ଘଦିନ ଧରି କାମ କରୁଥିଲେ। ଏହାର କିଛି ବର୍ଷ ପରେ ଝିଅର ମୃତ୍ୟୁ ହୋଇଥିବା ଖବର ପରିବାର ଲୋକଙ୍କୁ କହିଥିଲା।

ଘଟଣାକ୍ରମେ, କିଛି ଦିନ ପୂର୍ବରୁ ଦିଲ୍ଲୀ ଏକ ଏଜେନ୍ସିର ପ୍ଲେସମେଣ୍ଟ  ସମୟରେ ସେହି ଗୁମଲା ଗାଁର ଅନ୍ୟ ଜଣେ ଯୁବତୀ ତାହାର ଫଟୋକୁ ଉଠାଇ ଦେଇଥିଲେ। ଏହି ଫଟୋକୁ ହ୍ୱାଟ୍ସଆପ ଜରିଆରେ ସେ ଝାଡ଼ଖଣ୍ଡ ବସିୟା ଅଞ୍ଚଳର ଜଣେ ଯୁବକଙ୍କୁ ପଠାଇଥିଲେ। ଫଟୋଟି ଧିରେ ଧିରେ ଭାଇରାଲ୍‌ହୋଇ ଯୁବତୀଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚି ଯାଇଥିଲା। ପରେ ଏହି ମାମଲାର ଖୁଲାସା ହୋଇଥିଲା।

ଯୁବତୀଙ୍କ ଭାଇ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି।  ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବାବେଳେ ଅଭିଯୁକ୍ତ ଫେରାର ଅଛି।

Comment