ଓଡ଼ିଶାଲାଇଭ୍ ବ୍ୟୁରୋ

କୋଣାର୍କ ସୁରକ୍ଷା ନେଇ ବସିଥିବା ଉଚ୍ଚସ୍ତରୀୟ ବୈଠକ ପରେ କୋଣାର୍କ ପ୍ରତି ବପଦ ନଥିବା କହିଲେ କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମା।

“କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରତି ବପଦ ନାହିଁ। କୋଣାର୍କ ସୁରକ୍ଷା ନେଇ ରୁର୍‌କି ସିବିଆରଆଇ ପକ୍ଷରୁ ଅନୁଧ୍ୟାନ କରାଯାଇଥିଲା। ଅନୁଧ୍ୟାନ ରିପୋର୍ଟରେ ସୁରକ୍ଷା ମାପଦଣ୍ଡର ଉଚ୍ଚରେ ରହିଛି କୋଣାର୍କ। କାରୁକାର୍ଯ୍ୟପୂର୍ଣ୍ଣ ପଥର ଜାଗାରେ ସାଦା ପଥର ଲାଗିନାହିଁ। ୧୯୯୭ ପରେ ସାଦା ପଥର ଲାଗିନାହିଁ। ୟୁନେସ୍କୋ ସାଇଟ୍ ହୋଇଥିବାରୁ ପଥର ବଦଳାଇବା ସମ୍ଭବ ନୁହେଁ”, କୋଣାର୍କ ସୁରକ୍ଷା ନେଇ ବସିଥିବା ଉଚ୍ଚସ୍ତରୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା।

ଅନ୍ୟପକ୍ଷରେ ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ଦ୍ଵାରା ସୁରକ୍ଷା ଅନୁଧ୍ୟାନ ପାଇଁ ଦାବି କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା। ଓଡ଼ିଶାର ଦାବିକୁ କେନ୍ଦ୍ରମନ୍ତ୍ରୀ ଗ୍ରହଣ କରିଥିବା ସେ କହିଛନ୍ତି। କୋଣାର୍କ ସୁରକ୍ଷା ନେଇ ସୋମବାର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରାଜ୍ୟ ଅତିଥି ଭବନରେ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା, କେନ୍ଦ୍ର ସଂସ୍କୃତି ସଚିବ, ଏଏସ୍‌ଆଇ ମହା ନିର୍ଦ୍ଦେଶକ ଯୋଗ ଦେଇଥିଲେ।

ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, କାକଟପୁର, ନିମାପଡ଼ା ବିଧାୟକ, ସଂସ୍କୃତି ସଚିବ ଯୋଗ ଦେଇଥିଲେ।

ବୈଠକରେ କୋଣାର୍କ ସୁରକ୍ଷା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

Comment