ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ହକି ବିଶ୍ୱକପ୍‌ ପାଇଁ ପ୍ରସଂଶା କରିଛନ୍ତି ପାକିସ୍ତାନ ହାଇ କମିଶନର ସାହେଲ ମହମ୍ମଦ।

ଓଡ଼ିଶାରେ ହକି ବିଶ୍ୱକପ୍‌ର ଆୟୋଜନ ପାଇଁ ପୁଣିଥରେ ପ୍ରସଂଶାର ପାତ୍ର ପାଲଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାକିସ୍ତାନ ହାଇ କମିଶନର ସାହେଲ ମହମ୍ମଦ ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ହକି ବିଶ୍ୱକପ୍‌ ପାଇଁ ପ୍ରସଂଶା କରିବା ସହ ଧନ୍ୟବାଦ ଦେଇଛନ୍ତି। ସଚିବାଳୟରେ ମୁଖ୍ୟମନ୍ତ୍ରୀକୁ ସାକ୍ଷାତ କରିଥିଲେ ପାକ୍‌ ହାଇ କମିଶନର।

ଓଡ଼ିଶାରେ କ୍ରୀଡ଼ା କ୍ଷେତ୍ରରେ ବିଶେଷ ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଦକ୍ଷିଣ ଏସିଆ ଦେଶଗୁଡ଼ିକରେ ହକି ଖେଳର ଲୋକପ୍ରିୟତା ପାଇଁ ଏହା ସହାୟକ ହେବ ବୋଲି ପାକ୍‌ ହାଇ କମିଶନର ସାହେଲ ମହମ୍ମଦ କହିଛନ୍ତି।

ରବିବାର କଳିଙ୍ଗ ଷ୍ଟାଡିୟମରେ ପାକିସ୍ତାନ ଓ ନେଦରଲାଣ୍ଡ ଭିତରେ ହୋଇଥିବା ମ୍ୟାଚକୁ ଦେଖିଥିଲେ ସାହେଲ ମହମ୍ମଦ। ଏହି ମ୍ୟାଚ୍‌ରେ ପାକିସ୍ତାନକୁ ୫-୧ ଗୋଲରେ ହରାଇଥିଲା ନେଦରଲାଣ୍ଡ।

Comment