ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ବଲିଉଡ ବାଦଶାହ ଶାହରୁଖଙ୍କ ବିଷୟରେ ତ ପ୍ରାୟ ଅନେକଙ୍କୁ ଜଣା। ହେଲେ ତାଙ୍କ ପରିବାର ଓ ପୂର୍ବ ପୁରୁଷମାନଙ୍କ ବିଷୟରେ ଆପଣ କ’ଣ ଜାଣନ୍ତି? ତେବେ ଜାଣନ୍ତୁ ସେହି ବିଷୟରେ…

ଶାହରୁଖ ଖାନ୍‌ଙ୍କ ଜେଜେ ବାପା ଓ ଅଜା ମାଙ୍ଗାଲୋର ବିମାନ ବନ୍ଦର ନିର୍ମାଣ କରିଥିଲେ। ତାଙ୍କ ଅଜା ଇଫତକର ଅହମ୍ମଦ ମାଙ୍ଗାଲୋରର ବାସିନ୍ଦା। ଶାହରୁଖ ଖାନ୍‌ଙ୍କ ପିତାମହ ଜନ୍‌ ମହମ୍ମଦ ଆଫାଗାନିସ୍ତାନ୍‌ରୁ ଆସିଥିଲେ।

ଶାହରୁଖଙ୍କ ପିତାଙ୍କ ବିଷୟରେ

ଶାହରୁଖଙ୍କ ପିତା ମିର ତାଜ୍‌ ମହମ୍ମଦ ଖାନ୍‌ ଥିଲେ ‘ଭାରତ ଛାଡ଼ ଆନ୍ଦୋଳନର କର୍ମୀ’। ଶାହରୁଖ ତାଙ୍କ ପିତାଙ୍କୁ ଜେଣ୍ଟେଲ ଜିଆଣ୍ଟ ବୋଲି କହୁଥିଲେ। ତାଙ୍କ ପିତା ସ୍ଵାଧିନତା ସଂଗ୍ରାମୀ ଥିଲେ। ଖାଲି ସେତିକି ନୁହେଁ, ସୀମାନ୍ତ ଗାନ୍ଧି ଖାନ୍‌ ଅବଦୁଲ୍‌ ଗଫର ଖାନ୍‌ଙ୍କ ଆନ୍ଦୋଳନରେ ବି ସାମିଲ ହୋଇଥିଲେ। ସେତେବେଳକୁ ତାଙ୍କ ବୟସ ହୋଇଥିଲା ମାତ୍ର ୧୬ ବର୍ଷ। ମୀର ତାଜ୍‌ ମହମ୍ମଦ ଖାନ୍‌ଙ୍କୁ ସେତେବେଳେ କୁହାଯାଉଥିଲା ସର୍ବ କନିଷ୍ଠ ସ୍ଵାଧିନତା ସଂଗ୍ରାମୀ।

ଭାରତ-ପାକ୍‌ ବିଭାଜନ ପରେ ୧୯୪୭ରେ ସେ ନିଜ ପରିବାର ସହ ନୂଆଦିଲ୍ଲୀ ଆସିଥିଲେ। ତାଙ୍କ ଶିକ୍ଷାଗତ ଯୋଗ୍ୟତା ହେଲା ଏମ୍‌ଏଏଲ୍‌ଏଲ୍‌ବି। ଖାଲି ସେତିକି ନୁହେଁ, ଇଂରାଜୀ, ହିନ୍ଦୀ, ଉର୍ଦ୍ଦୁ, ସଂସ୍କୃତ, ପଞ୍ଜାବୀ, ଜମ୍ମୁ ଓ ପାର୍ସୀ ଭାଷାରେ ମଧ୍ୟ ତାଙ୍କର ଅଗାଧ୍ୟ ପାଣ୍ଡିତ୍ୟ ଥିଲା।

ଶାହରୁଖଙ୍କ ମାତାଙ୍କ ବିଷୟରେ

ଶାହରୁଖ ଖାନ୍‌ଙ୍କ ମା’ ଇତଫ୍‌ ଫତିମା ଆନ୍ଧ୍ରପ୍ରଦେଶଣ ଝିଅ। କିନ୍ତୁ ସେ କର୍ଣ୍ଣାଟକରେ ରହୁଥିଲେ। ସେମାନେ ଚାରି ଭଉଣୀ ଥିଲେ। ସେମାନଙ୍କ ମଧ୍ୟରୁ ଇତଫ୍ ବଡ଼। ଇତଫ୍‌ଙ୍କ ପିତା ଅକ୍ସପୋର୍ଡରୁ ଶିକ୍ଷାପ୍ରାପ୍ତ ତଥା ମାଙ୍ଗାଲୋର ବନ୍ଦରର ମୁଖ୍ୟମନ୍ତ୍ରୀ। ଫତିମା ତାମିଲ, ତେଲେଗୁ, କନ୍ନଡ଼, ମାଲାୟାଲାମ୍‌ ଭଳି ଭାଷାରେ ପାରଙ୍ଗମ ଥିଲେ। ଫତିମା ନିଜଠାରୁ ଦଶବର୍ଷ ବଡ଼ ମୀର ତାଜ୍‌ ମହମ୍ମଦଙ୍କୁ ବିବାହ କରିଥିଲେ।

ଆଈଙ୍କ ପୋଷ୍ୟ ସନ୍ତାନ ଶାହରୁଖ

ଏହା ଶୁଣି ଆପଣ ବିସ୍ମିତ ହୋଇପାରନ୍ତି ଯେ ଶାହରୁଖ ଖାନ୍‌ ନିଜ ଆଈଙ୍କ ଦ୍ଵାରା ପାଳିତ ହୋଇଥିଲେ। ତାଙ୍କ ଆଈ ଶାହରୁଖଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ଶାହରୁଖ ଜନ୍ମ ହେବାର ୫ ବର୍ଷ ଯାଏଁ ମାଙ୍ଗାଲୋରରେ ନିଜ ଆଈଙ୍କ ପାଖରେ ରହିଥିଲେ। ପରେ ସେ ନିଜ ମା’ ବାପାଙ୍କ ସହ ରହିଥିଲେ।

ଶାହରୁଖ ଖାନ୍‌ଙ୍କୁ ତାଙ୍କ ଆଈ ଅବଦୁଲ ରେହମାନ୍‌ ନାଆଁରେ ଡାକୁଥିଲେ। କିନ୍ତୁ ତାଙ୍କ ବାପା ମାଆ ସ୍କୁଲରେ ନାମ ଲେଖାଇବା ବେଳେ ତାଙ୍କ ନାଆ ରଖିଲେ ଶାହରୁଖ ଖାନ୍‌। ଶାହରୁଖଙ୍କ ପିତା ଚାହୁଁଥିଲେ ଶାହରୁଖ ସୈନ୍ୟ ବାହିନୀ ଯୋଗ ଦିଅନ୍ତୁ। ସେଥିପାଇଁ ସେ ତାଙ୍କୁ ଆର୍ମୀ ସ୍କୁଲରେ ପଢ଼ିଥିଲେ। କିନ୍ତୁ ବର୍ତ୍ତମାନ ଶାହରୁଖ ଏବେ ବଲିଉଡର ଅଭିନେତା ହେଲେ।

Comment