ଓଡ଼ିଶାଲାଇଭ୍ ବ୍ୟୁରୋ

ମାନବ ସମ୍ବଳ ବିକାଶ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉପେନ୍ଦ୍ର କୁଶୱାହା।   

ସଂସଦର ଶୀତ ଅଧିବେଶନ ଡିସେମ୍ବର ୧୧ରେ ବସିବ। ଅଧିବେଶନର ଗୋଟିଏ ଦିନ ପୂର୍ବରୁ ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ମୁଖ୍ୟ ଉପେନ୍ଦ୍ର କୁଶୱାହା କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି।

ଉପେନ୍ଦ୍ର କୁଶୱାହା କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପଦରେ ରହିଥିଲେ। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇସ୍ତଫାପତ୍ର ଦେଇ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

ମନ୍ତ୍ରୀ ପଦ ଛାଡ଼ିବା ପରେ ସେ ଏନଡିଏ (ନ୍ୟାସନାଲ ଡେମୋକ୍ରାଟିକ ଆଲିଆନ୍‌ସ) ଛାଡ଼ିପାରନ୍ତି ବୋଲି କୁହାଯାଉଛି।

Comment