ଓଡ଼ିଶାଲାଇଭ୍ ବ୍ୟୁରୋ

ଉର୍ଜିତ ପଟେଲଙ୍କ ଇସ୍ତଫା ପରେ ଆରବିଆଇର ନୂଆ ଗଭର୍ଣ୍ଣର ହୋଇପାରନ୍ତି ଅରବିନ୍ଦ ପାନଗଢ଼ିଆ।

ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଉର୍ଜିତ ପଟେଲ ସୋମବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବାପରେ ଆରବିଆଇର ନୂଆ ଗଭର୍ଣ୍ଣର କିଏ ହେବେ ସେ ନେଇ ସରକାରଙ୍କ ଚିନ୍ତା ବଢ଼ିଯାଇଛି।

ମଙ୍ଗଳବାର ଆରବିଆଇର ନୂଆ ଗଭର୍ଣ୍ଣର ନିଯୁକ୍ତି ନେଇ ସରକାର ଆଲୋଚନା କରୁଥିବା ସୂଚନା ମିଳିଛି।

ତେବେ ଆରବିଆଇର ନୂଆ ଗଭର୍ଣ୍ଣର ଭାବେ ଅରବିନ୍ଦ ପାନଗଢ଼ିଆ ନିଯୁକ୍ତି ହୋଇପାରନ୍ତି। ପାନଗଢ଼ିଆ ପୂର୍ବରୁ ନୀତି ଆୟୋଗର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିସାରିଛନ୍ତି। ଯେତେବେଳେ ରଘୁରାମ ରାଜନ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଥିଲେ ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାନଗଢ଼ିଆଙ୍କ ନାମ ସୁପାରିଶ କରିଥିଲେ।

ଆରବିଆଇ ଆକ୍ଟ ୧୯୩୪ ଅନୁଯାୟୀ ଯଦି କୌଣସି ଗଭର୍ଣ୍ଣର ଅଚାନକ ତାଙ୍କ ପଦରୁ ଇସ୍ତଫା ଦିଅନ୍ତି ତେବେ କେନ୍ଦ୍ର ସରକାର କେନ୍ଦ୍ରିୟ ବୋର୍ଡରୁ ପରାମର୍ଶ ନେଇ ନୂଆ ଗଭର୍ଣ୍ଣର ନିଯୁକ୍ତି କରିଥାନ୍ତି।

Comment