ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅଧିନ କୁମ୍ଭାରୁଣି ଗାଁ ନିକଟରେ ଏକ କଲଭର୍ଟ ତଳୁ ସୋମବାର ଜଣେ ବ୍ୟକ୍ତିଙ୍କ ମୃତଶରୀର ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିଙ୍କ ନାମ ହେଉଛି ଦିବାକର ଦାସ। ବ୍ୟକ୍ତି ଜଣକ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ତାଡ଼ିକି ଗାଁର। ସେ କେନ୍ଦ୍ରାପଡ଼ାର ରାଜଗଡ଼ ଗାଁରେ ବିବାହ କରିଥିଲେ। ରାଜଗଡ଼ ନିକଟ ସୁମନ ଛକରେଥିବା ଏକ ଓଲଡିଂ ଦୋକାନରେ କାମ କରୁଥିଲେ ସେ।

ସୋମବାର ଦିବାକର ଦିନ ୯ଟା ବେଳେ ଘରୁ ସଉଦାପତ୍ର କିଣିବା ପାଇଁ କେନ୍ଦ୍ରାପଡ଼ା ଯାଇଥିଲେ। ହେଲେ ସେ ଘରକୁ ଫେରି ନଥିଲେ। ସେହିଦିନ ରାତିରେ ପରିବାର ଲୋକେ ଓ ଗାଁ ଲୋକେ ଦିବାକରଙ୍କୁ ଖୋଜି ଖୋଜି ପତ୍ତା ପାଇନଥିଲେ।

ମଙ୍ଗଳବାର ସକାଳେ କେନ୍ଦ୍ରାପଡ଼ା ଓରତଘାଟ ରାସ୍ତାର କୁମ୍ଭାରୁଣୀ ଗାଁ ନିକଟରେ ଥିବା ଏକ କଲଭର୍ଟ ତଳୁ ପାଣିରେ ଭାସୁଥିବା ଅବସ୍ଥାରେ ଦିବାକରଙ୍କର ମୃତ ଦେହ ମିଳିଛି। ତାଙ୍କ ମୁଣ୍ଡରେ ଆଘାତ ହୋଇଥିବାରୁ ପ୍ରବଳ ରକ୍ତସ୍ରାବ ହୋଇଛି। ଦିବାକର କେନ୍ଦ୍ରାପଡ଼ାରୁ ଆଣିଥିବା ସଉଦା ପତ୍ର ବ୍ୟାଗଟି ରାସ୍ତାରେ ଥୁଆ ହୋଇଛି।

ଦିବାକରଙ୍କର ମୃତ ଦେହ ଯେଉଁ ଅବସ୍ଥାରେ ମିଳିଛି ତାକୁ ଦେଖି ଦିବାକରଙ୍କ ମୃତ୍ୟୁ ଘଟଣା ନେଇ ସନ୍ଦେହ ବଢ଼ୁଛି।

ମହାକାଳପଡ଼ା ଥାନା ପୋଲିସଙ୍କ କହିବା ଅନୁଯାୟୀ, ଦିବାକରଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ହୋଇଥାଇପାର। ଦୁର୍ଘଟଣାର ଘଟି ଦିବାକର କଲଭର୍ଟ ତଳକୁ ଛିଟିକି ପଡ଼ିଥାଇପାରନ୍ତି।

ତେବେ ପରିବାର ଲୋକଙ୍କ କହିବା ଅନୁସାରେ, ଦିବାକର ବିଭିନ୍ନ ଓଲଡିଂ ଲେଦରେ ରହି ଯେହେତୁ କାମକରୁଥିଲେ, ତେଣୁ ପୁର୍ବ ଲେଦମାନଙ୍କରେ କୌଣସି ଟଙ୍କା ପଇସା କିମ୍ବା ଅନ୍ୟ କୌଣସି ବିବାଦ ଥାଇପାରେ। ଯାହା ପାଇଁ ଦିବାକରଙ୍କୁ ହତ୍ୟାକରି କେହି ଏଠାରେ ଫିଙ୍ଗି ଦେଇପାରିଥାନ୍ତି।

ମହାକାଳପଡା ଥାନା ପୋଲିସ ଦିବାକରଙ୍କ ମୃତ ଦେହକୁ ଜବତ କରି କେନ୍ଦ୍ରାପଡ଼ା ଜିଲାମୁଖ୍ୟ ଡାକ୍ତଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିଲେ ଦିବାକରଙ୍କ ମୃତ୍ୟ ରହସ୍ୟ ଉପରୁ ପରଦା ହଟିବ ବୋଲି ପୋଲିସ କହିଛି।

Comment