ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିତ୍ତ ଆୟୋଗର ସଦସ୍ୟ ଶକ୍ତିକାନ୍ତ ଦାସଙ୍କୁ ଆରବିଆଇର ନୂଆ ଗଭର୍ଣ୍ଣର ଭାବେ ନିଯୁକ୍ତ କରାଯାଇଛି।

ଉର୍ଜିତ ପଟେଲଙ୍କ ଇସ୍ତଫା ପରେ କେନ୍ଦ୍ର ସରକାର ନୂଆ ଆରବିଆଇ ଗଭର୍ଣ୍ଣରଙ୍କ ନାମ ଘୋଷଣା କରିଛନ୍ତି।ବିତ୍ତ ଆୟୋଗର ସଦସ୍ୟ ଶକ୍ତିକାନ୍ତ ଦାସଙ୍କୁ ଆରବିଆଇର ନୂତନ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି।

ଶକ୍ତିକାନ୍ତ ଦାସ ଏହା ପୂର୍ବରୁ ଅର୍ଥ ସଚିବ ଥିଲେ। ଗତ ବର୍ଷ ସେ ଏହି ପଦରୁ ଅବସର ନେଇଥିଲେ। ୧୯୮୦ ବ୍ୟାଚ୍‌ର ତାମିଲନାଡୁ କ୍ୟାଡର ଆଇଏଏସ୍ ଶକ୍ତିକାନ୍ତ ଦାସ ଆରବିଆଇର ୨୫ତମ ଗଭର୍ଣ୍ଣର ହେବେ।  ମୋଦି ସରକାରଙ୍କ ନୋଟବନ୍ଦୀ ନିଷ୍ପତ୍ତିରେ ମଧ୍ୟ ତାଙ୍କର ମହତ୍ଵପୂର୍ଣ୍ଣ ଭୂମିକା ଥିଲା।

ନୂଆଦିଲ୍ଲୀର ସେଣ୍ଟ ଷ୍ଟିଫନ କଲେଜରୁ ମାଷ୍ଟର୍ସ ଡିଗ୍ରୀ ହାସଲ କରିଥିବା ଶକ୍ତିକାନ୍ତ ଦାସ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଓ ଡିପାର୍ଟମେଣ୍ଟ ଅଫ ଏକ୍ସପେଣ୍ଡିଚରର ଯୁଗ୍ମ ସଚିବ, ତାମିଲନାଡୁ ସରକାରର ସ୍ଵତନ୍ତ୍ର କମିସନର ଓ ରାଜସ୍ଵ କମିସନର, ଶିଳ୍ପ ବିଭାଗର ସଚିବ ସହିତ ଅନେକ ମହତ୍ଵପୂର୍ଣ୍ଣ ପଦରେ କାମ କରି ସାରିଛନ୍ତି।

ସରକାରଙ୍କ ସହିତ ମତଭେଦ ଯୋଗୁଁ ଗତ ରବିବାର ଉର୍ଜିତ ପଟେଲ ଆରବିଆଇ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଥିଲା।

Comment