ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ  ବ୍ୟୁରୋ

ବଲିଉଡରେ ନୂଆ ଅବତାରରେ ନଜର ଆସିବେ ରାଣୀ।

ବଲିଉଡ ଅଭିନେତ୍ରୀ ରାଣୀ ମୁଖର୍ଜୀ ଖୁବଶୀଘ୍ର ମର୍ଦ୍ଦାନି-୨ରେ ନଜର ଆସିବାକୁ ଯାଉଛନ୍ତି। ରାଣୀ ଏହି ଫିଲ୍ମରେ ଜଣେ ପୋଲିସ୍ ଇନ୍ସପେକ୍ଟର ଭୂମିକାରେ ନଜର ଆସିବେ।

ୟଶରାଜ ବ୍ୟାନରରେ ପ୍ରସ୍ତୁତ ମର୍ଦ୍ଦାନି-୨ର ଖୁବଶୀଘ୍ର ସୁଟିଂ ଆରମ୍ଭ ହେବ। ଫିଲ୍ମଟି ୨୦୧୯ରେ ରିଲିଜ ହେବ।

ରାଣୀଙ୍କ ଅଭିନୀତ ମର୍ଦ୍ଦାନିର ପ୍ରଥମ ପାର୍ଟକୁ ଦର୍ଶକ ପସନ୍ଦ କରିଥିଲେ। ଶେଷଥର ପାଇଁ ରାଣୀ ହିଚ୍‌କିରେ ଅଭିନୟ କରିଥିଲେ। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ହିଟ୍ ହୋଇଥିଲା।

୨୦୧୪ରେ ରିଲିଜ ହୋଇଥିବା ମର୍ଦ୍ଦାନିରେ ବି ରାଣୀ ଜଣେ ବରିଷ୍ଠ ଇନ୍ସପେକ୍ଟର ଭୂମିକାରେ ଅଭିନୟ କରିଥିଲେ।

Comment