ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଳାତ୍କାର ତଥା ଯୌନ ଶୋଷଣ ପୀଡ଼ିତାଙ୍କ ନାମ ଓ ପରିଚୟ ଗୋପନ ରଖିବାପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।

ଏଥର ବଳାତ୍କାର ତଥା ଯୌନ ଶୋଷଣ ପୀଡ଼ିତାଙ୍କ ନାମ ଓ ପରିଚୟ ଗୋପନ ରଖାଯିବ। ମଙ୍ଗଳବାର ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏହି ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ପୀଡ଼ିତାଙ୍କ ପରିଚୟ ପ୍ରକାଶ କରାଯିବ ନାହିଁ।

ଜଷ୍ଟିସ୍‌ ମଦନ ଭିମରାଓ ଲୋକୁରଙ୍କ ଅଧ୍ୟକ୍ଷତାରେ ଏହି ଖଣ୍ଡପୀଠ ବସିଥିଲା। ବଳାତ୍କାର ଓ ଯୌନ ଶୋଷଣ ପୀଡ଼ିତାଙ୍କ ନାମ ଓ ପରିଚୟ କୌଣସି ପ୍ରକାରରେ ପ୍ରକାଶ ନକରିବାକୁ ଏହି ବୈଠକରେ ନିଷ୍ପତି ନିଆଯାଇଛି। ଦେଶର ସମସ୍ତ ପ୍ରିଣ୍ଟ ଓ ଇଲେକ୍‌ଟ୍ରୋନିକ୍ସ ମିଡିଆଙ୍କୁ ଏହି ବିଷୟରେ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ବଳାତ୍କାର ତଥା ଶାରୀରିକ ନିର୍ଯାତନା ପାଇଥିବା ନାବାଳିକାଙ୍କ ନାମ ଓ ପରିଚୟ ଗୋପନ ରଖିବାପାଇଁ ପୋଲିସ୍‌କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। କୌଣସି ଏଫଆଇଆରକୁ ସାର୍ବଜନିକ ନକରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ।

କୋର୍ଟରେ ନ୍ୟାୟ ପାଇବା ପରେ ମଧ୍ୟ ପୀଡ଼ିତା ପାଇଁ ସମାଜରେ ବଞ୍ଚିବା କଷ୍ଟକର ହୋଇପଡ଼ୁଛି । ଅନେକ ସ୍ଥାନରେ ପୀଡ଼ିତାମାନଙ୍କୁ ସାମାଜିକ ବାସନ୍ଦ ମଧ୍ୟ କରି ଦିଆଯାଉଛି। ଯୌନ ଶୋଷଣର ଶିକାର ହୋଇଥିବା ମହିଳାଙ୍କୁ ସମାଜରେ ଅଛୁଆଁ ରଖାଯାଉଛି। ସୁପ୍ରିମକୋର୍ଟ ଦୁଃଖପ୍ରକାଶ କରି କହିଛନ୍ତି ଏହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା।

Comment