ଓଡ଼ିଶାଲାଇଭ୍‌ ବ୍ୟୁରୋ

ତେଲେଙ୍ଗାନାରେ ପୁଣି ଚାଲିବ କେସିଆରଙ୍କ ରାଜୁତି।

ତେଲେଙ୍ଗାନାରେ କେ ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ ବିପୁଳ ପରିମାଣର ସଫଳତା ହାସଲ କରିଛି। ସେଠି ପୁଣି ଟିଆରଏସ ସରକାର ଗଠନ କରିବ। ତେଲେଙ୍ଗାନା ଫଳାଫଳରୁ ଚନ୍ଦ୍ରଶେଖର ରାଓଙ୍କ ରାଜ୍ୟରେ ଆଗୁଆ ନିର୍ବାଚନ କରାଇବା ନିଷ୍ପତ୍ତିକୁ ସମର୍ଥନ ମିଳିଛି।

ତେଲେଙ୍ଗାନା ଟିଆରଏସ୍‌ ମୁଖ୍ୟ କେ ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ ବିଜେପି କଂଗ୍ରେସକୁ ପଛରେ ପକାଇ ୧୧୯ଟି ଆସନରୁ ୮୬ ଟି ଆସନ ଅକ୍ତିଆର କରିଥିବା ବେଳେ ୫୦ ହଜାରରୁ ଅଧିକ ଭୋଟ୍‌ରେ ଆଗୁଆ।

ଅନ୍ୟପକ୍ଷରେ କଂଗ୍ରେସ ୨୨ଟି ଆସନ ପାଇଛି। ସେହିପରି ତେଲେଙ୍ଗାନାରେ ବିଜେପି ହାତରେ ୧ଟି ଆସନ ରହିଛି।

ଭୋଟ ଗଣତି ଆରମ୍ଭ ସମୟରେ ବିଜେପି ଆଗୁଆ ରହିଥିବା ନେଇ ପ୍ରାରମ୍ଭିକ ଟ୍ରେଣ୍ଡସ୍‌ରେ ଦେଖିବାକୁ ମିଳିଥିଲା।

ତେବେ ଏଥିରୁ ସ୍ପଷ୍ଟ ଯେ ତେଲେଙ୍ଗାନାରେ ପୁଣି ରାଜ୍‌ କରିବେ କେସିଆର।

Comment