ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ପୁଣି ହାତୀ ମୃତ୍ୟୁ। ଆଠଗଡ଼ରେ ମୃତ ହାତୀ ଠାବ।

ରାଜ୍ୟରେ ହାତୀ ମୃତ୍ୟୁ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ହାତୀ ମୃତ୍ୟୁକୁ ରୋକିବାକୁ ରାଜ୍ୟ ସରକାର ଉଦ୍ୟମ କରୁଥିଲାବେଳେ ବୁଧବାର ପୁଣି ରାଜ୍ୟରେ ହାତୀ ମୃତ୍ୟୁ ଖବର ସାମ୍ନାକୁ ଆସିଛି।

କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ସୁକାସନ ରିଜର୍ଭ ଜଙ୍ଗଲ ଅନ୍ତର୍ଗତ ସବର ତଇଲା ନିକଟରେ ଏକ ମୃତ ହାତୀ ଠାବ କରାଯାଇଛି।

ମୃତ ହାତୀର ବୟସ ୭ ବର୍ଷ ଜଣାପଡ଼ିଛି। ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛି। ବନ ବିଭାଗ ତଦନ୍ତ ଜାରି ରଖିଛି।

Comment