ଓଡ଼ିଶାଲାଇଭ୍  ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସୁପରଷ୍ଟାର ତଥା ଥଲାଇବାଙ୍କୁ ଜନ୍ମଦିନର ଶୁଭେଛା ଜଣାଇ ଫ୍ୟାନ୍ ଆଣିଲେ ସୋସିଆଲ ମିଡିଆରେ ସୁନାମୀ।

ସାଉଥରେ ଭଗବାନ ଭାବେ ପୂଜା ପାଉଥିବା ସୁପରଷ୍ଟାର ରଜନୀକାନ୍ତଙ୍କର ଆଜି ହେଉଛି ୬୮ତମ ଜନ୍ମଦିନ। ୧୯୫୦ ଡିସେମ୍ବର ୧୨ ତାରିଖରେ କର୍ଣ୍ଣାଟକରେ ଜନ୍ମ ଗ୍ରହଣ କରିଥିଲେ ରଜନୀକାନ୍ତ। ତାଙ୍କର ପ୍ରକୃତ ନାଁ ଶିବାଜୀ ରାଓ ଗାଏକୱାର୍ଡ । ବୁଧବାର ସକାଳୁ ହିଁ ରଜନୀକାନ୍ତଙ୍କ ଫ୍ୟାନମାନେ ତାଙ୍କୁ ଶୁଭେଛା ଜଣାଉଛନ୍ତି। ଫେସବୁକ୍ ଇନଷ୍ଟାଗ୍ରାମ ସହ ଅନ୍ୟାନ୍ୟ ସୋସିଆଲ ମିଡିଆରେ ଫ୍ୟାନମାନେ ଯେମିତି ଶୁଭେଛାର ସୁନାମୀ ଆଣିଛନ୍ତି।

ଅକ୍ଷୟ କୁମାର ଲେଖିଛନ୍ତି, “ରଜନୀକାନ୍ତ ସହ କାମ କରିବା ସମସ୍ତଙ୍କର ଗୋଟେ ସ୍ୱପ୍ନ ଥାଏ, ମୁଁ ସେ ସୁଯୋଗ ପାଇଥିବାରୁ ଧନ୍ୟ ମନେକରୁଛି। ତାଙ୍କୁ ଜନ୍ମ ଦିନର ଅନେକ ଶୁଭେଛା”

ବିଗ୍ ବି ଅମିତାଭ ବଚ୍ଚନ ଲେଖିଛନ୍ତି, ”ଜନ୍ମ ଦିନର ଅନେକ ଶୁଭେଛା”।

ବିଗ୍ ବିଙ୍କ ବ୍ୟତୀତ ଅନେକ ଷ୍ଟାର ରଜନୀକାନ୍ତଙ୍କୁ ଜନ୍ମଦିନରେ ଶୁଭେଛା ଜଣାଇଛନ୍ତି। ରଜନୀକାନ୍ତ ପ୍ରଥମେ ଟ୍ରାନ୍ସପୋର୍ଟ ସର୍ଭିସରେ ବସ୍ କଣ୍ଡକ୍ଟର ଭାବରେ କାର୍ଯ୍ୟକରୁଥିଲେ। ଏହାପରେ ସେ ମାଡ୍ରାସ ଫିଲ୍ମ ଇଣ୍ଡଷ୍ଟିଚ୍ୟୁଟ୍ ଜରିଆରେ ଅଭିନୟ ଜଗତରେ ପାଦ ଦେଲେ। ତେବେ ରଜନୀକାନ୍ତଙ୍କ ଅଭିନୟର ଯାଦୁ କେବଳ ସାଉଥରେ ନୁହଁ ପୂରା ଦେଶରେ ଛାଇ ଯାଇଛି।

ରଜନୀକାନ୍ତ କେବଳ ସାଉଥ ନୁହଁ ବଲିଉଡରେ ମଧ୍ୟ ଅନେକ ହିଟ ଫିଲ୍ମ ଦେଇଛନ୍ତି। ରଜନୀକାନ୍ତଙ୍କ ୬୮ତମ ଜନ୍ମଦିନରେ ତାଙ୍କ ବାବଦରେ କିଛି ଅଜଣା କଥା ଜାଣିବା। ରଜନୀକାନ୍ତ ନିଜ ଅଭିନୟ ପାଇଁ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ୧୯୮୪ ମସିହାରେ ସେ ତାଙ୍କର ପ୍ରଥମ ଫିଲ୍ମ ଫେୟାର ଆଓ୍ବାର୍ଡ ପାଇଥିଲେ। ଏହା ପରେ ସେ ୨୦୦୦, ୨୦୧୪ରେ  ଫିଲ୍ମଫେୟାର ଆଓ୍ବାର୍ଡ ମୋଟ ୭ଥର ଜିତିଛନ୍ତି।

୨୦୦୦ମସିହାରେ ଭାରତ ସରକାରଙ୍କ ଦ୍ବାରା ତାଙ୍କୁ ପଦ୍ନଭୂଷଣ ସମ୍ମାନ, ୨୦୧୬ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ମହାରାଷ୍ଟ୍ର ସରକାରଙ୍କ ଦ୍ୱରା ସେ ରାଜ କପୁର ସମ୍ମାନରେ ବି ସମ୍ମାନିତ ହୋଇଛନ୍ତି। ଏହା ବ୍ୟତୀତ ସେ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ସାଉଥରେ ତାଙ୍କର ଅଗଣିତ ଫ୍ୟାନ୍ ଥଲାଇବା ନାଁରେ ଡାକନ୍ତି। ରଜନୀକାନ୍ତଙ୍କ ବାବଦରେ ଏକ ମଜେଦାର କଥା ଏହାକି ସେ ଯେତେବେଳେ ଅଭିନୟ ଆରମ୍ଭ କରିଥିଲେ ସେ ତାମିଲ ଫିଲ୍ମରେ ଭିଲେନ ରୋଲ ପ୍ଲେ କରୁଥିଲେ। ମାତ୍ର କିଛିଦିନ ପରେ ତାଙ୍କୁ ଆଉ ଭିଲେନ ନୁହଁ ବରଂ ହିରୋ ଭୂମିକାରେ ଦର୍ଶକ ଦେଖିବାକୁ ପାଇଥିଲେ। ୧୯୭୫ ମସିହାରେ ଫିଲ୍ମ “ଅପୁର୍ବ ରାଗଗଙ୍ଗଲ” ମାଧ୍ୟମରେ ଅଭିନୟ ଆରମ୍ଭ କରିଥିଲେ ରଜନୀକାନ୍ତ ।

Comment