ଓଡ଼ିଶାଲାଇଭ୍ ବ୍ୟୁରୋ

ହଳଦୀ ସ୍ଵାସ୍ଥ୍ୟ ପାଇଁ ବେଶ୍ ଉପକାରୀ ଏକଥା ପ୍ରାୟତଃ ସମସ୍ତଙ୍କୁ ଜଣା। କେବଳ ରୋଷେଇରେ ହଳଦୀର ବ୍ୟବହାର ହୁଏ ତାହା ନୁହେଁ ବରଂ ସୌନ୍ଦଯ୍ୟ ବୃଦ୍ଧି କରିବା ସହ ଅନ୍ୟ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବି ହଳଦୀ ବ୍ୟବହାର ହୋଇଥାଏ। ହଳଦୀରେ ଅନେକ ଔଷଧୀୟ ଗୁଣ ରହିଛି ଯାହା ସ୍ଵାସ୍ଥ୍ୟ ପାଇଁ ଉପଯୋଗୀ।

ଦାଗ ଦୂର କରିଥାଏ

ମୁହଁରେ କୌଣସି ଦାଗ ରହିଥିଲେ ନିୟମିତ ମୁହଁରେ ହଳଦୀ ଲଗାନ୍ତୁ। ମୁହଁରେ ହଳଦୀ ଲଗାଇଲେ ମୁହଁରେ ଥିବା ବିଭିନ୍ନ ଦାଗ ଦୂର ହୋଇଥାଏ। ଏଥିସହ କ୍ଷୀର ଓ ଦଳଦୀକୁ ମିଶାଇ ପେଷ୍ଟ ତିଆରି କରି ମୁହଁରେ ଲଗାନ୍ତୁ। ଏହି ପେଷ୍ଟ ମହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ।

ଦାନ୍ତ ଏବଂ ମାଢ଼ିକୁ ଦୃଢ଼ କରିଥାଏ

ଦାନ୍ତ ଏବଂ ମାଢ଼ିକୁ ଦୃଢ଼ କରିବା ପାଇଁ ହଳଦୀର ବ୍ୟବହାର କରାଯାଇଥାଏ। ହଳଦୀ ଗୁଣ୍ଡ, ସୋରିଷ ତେଲ, ଲୁଣ ମିଶାଇ ଦାନ୍ତ ଏବଂ ମାଢ଼ରେ ଧୀରେ ଧୀରେ ଲଗାଇଲେ ଦାନ୍ତ ଓ ମାଢ଼ି ଶକ୍ତ ହୋଇଥାଏ। ଏଥିସହ ଦାନ୍ତରେ ଥିବା ଜୀବଣୁ ନଷ୍ଟ ହୋଇଥାନ୍ତି।

ସ୍ମରଣ ଶକ୍ତି ବଢ଼ାଇଥାଏ

ବୟସ ବଢ଼ିବା ସହ ମଣିଷର ସ୍ମରଣ ଶକ୍ତି ଦୁର୍ବଳ ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ହଳଦୀ ସହାୟକ ହୋଇଥାଏ। ଦୈନିକ ଖାଦ୍ୟରେ ଏକ ଗ୍ରାମ ହଳଦୀ ସାମିଲ କଲେ ଏହି ସମସ୍ୟାରୁ ମୁକ୍ତି ପାଇପାରବେ। ଏଥିସହ କାଯ୍ୟଦକ୍ଷତା ବୃଦ୍ଧି ହୋଇଥାଏ।

କାଶ ହେଉଥିଲେ ମଧ୍ୟ ହଳଦୀର ପ୍ରୟୋଗ କରାଯାଇପାରିବ। କାଶ ହେଉଥିଲେ ହଳଦୀର ଏକ ଛୋଟ ଖଣ୍ଡ ପାଟିରେ ରଖନ୍ତୁ। ହଳଦୀ ଖଣ୍ଡରୁ ବାହାରୁଥିବା ରସକୁ ପିଇଲେ କାଶ ହେବା ବନ୍ଦ ହୋଇଥାଏ।

ହଳଦୀରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଥାଏ। ଯାହା ବିଭିନ୍ନ ସଂକ୍ରମଣ ଜନିତ ସମସ୍ୟାକୁ ଦୂରେଇ ଥାଏ।

Comment