ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ, ମିଜୋରାମ ଓ ତେଲେଙ୍ଗାନାର ନିର୍ବାଚନ ଫଳାଫଳ ଆସିଯାଇଛି। ଏହି ୫ଟି ରାଜ୍ୟ ମଧ୍ୟରୁ ୩ଟି ରାଜ୍ୟରେ କଂଗ୍ରେସ ବିଜେପିକୁ ମାତ୍‌ ଦେଇଛି। ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଜେପି ଶାସନ କରିଆସୁଥିଲା। କିନ୍ତୁ କଂଗ୍ରେସ ଏହି ନିର୍ବାଚନରେ ଆଗୁଆ ଅଛି।

ନିର୍ବାଚନ ଫଳ ସ୍ପଷ୍ଟ ହେବା ପରେ ମଙ୍ଗଳବାର ରାତିରେ ପ୍ରଧାନମନ୍ତ୍ରୀ ଟୁଇଟ୍‌ କରିଥିଲେ। ସେ ନିଜ ଟୁଇଟରରେ ଲେଖିଥିଲେ, “ଆମେ ନମ୍ରତା ପୂର୍ବକ ଜନାଦେଶକୁ ଗ୍ରହଣ କରିଛୁ। ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ସେବା କରିବାକୁ ସୁଯୋଗ ଦେଇଥିବାରୁ ମୁଁ ଲୋକଙ୍କୁ ଧନ୍ୟବାଦ ଜଣାଉଛି। ଲୋକମାନଙ୍କର ଉନ୍ନତି ପାଇଁ ଏହି ସବୁ ରାଜ୍ୟରେ ବିଜେପି ସରକାର ଅବିଶ୍ରାନ୍ତ ଭାବେ କାର୍ଯ୍ୟ କରି ଆସୁଥିଲେ।”

ଅନ୍ୟପକ୍ଷରେ ସେ ଆଉ ଏକ ଟୁଇଟ ମଧ୍ୟ କରିଥିଲେ। ଯେଉଁଥିରେ ସେ କଂଗ୍ରେସର ବିଜୟ ପାଇଁ ଧନ୍ୟବାଦ ଜଣାଇଥିଲେ। ଏହାସହ ମୋଦି ତେଲେଙ୍ଗାନା ମୁଖ୍ୟ କେସିଆରଙ୍କୁ ଏବଂ ମିଜୋରାମରେ ଏମ୍‌ଏନ୍‌ଏଫ୍‌କୁ ଅଭିନନ୍ଦନ ଜଣାଇଛନ୍ତି।

ମଧ୍ୟପ୍ରଦେଶ ବିଧାନସଭାରେ କଂଗ୍ରେସକୁ ୨୩୦ ଆସନ ମଧ୍ୟରୁ ୧୧୪ଟି ଆସନ ମିଳିଥିବା ବେଳେ ବିଜେପିକୁ ୧୦୯ଟି ଆସନ ମିଳିଛି। ୨୦୦ଟି ଆସନ ବିଶିଷ୍ଟ ରାଜସ୍ଥାନରେ କଂଗ୍ରେସକୁ ୧୦୧ଟି ଆସନ ମିଳିଥିବା ବେଳେ ବିଜେପିକୁ ୭୩ଟି ଆସନ ମିଳିଛି।

ସେହିଭଳି ଛତିଶଗଡ଼ରେ ୯୦ଟି ଆସନରୁ ୬୮ଟିରେ ବାଜି ମାରି ନେଇଛି।

Comment