ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଶିବରାଜ ସିଂହ ଚୌହାନ। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ କଳ୍ପନା ଜଳ୍ପନା।

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ରାଜ୍ୟପାଳଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଦେଇଛନ୍ତି। ଏହାପରେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି।

“ଏବେ ମୁଁ ସ୍ଵାଧୀନ, ଭୋଟ ଅଧିକ ମିଳିଛି ମାତ୍ର ସଂଖ୍ୟାରେ ଆମେ ପଛରେ ରହିଛୁ”, କହିଛନ୍ତି ଶିବରାଜ। ଏହା ସହିତ କଂଗ୍ରେସର ବରିଷ୍ଠ ନେତା କମଲନାଥଙ୍କୁ ସେ ଧନ୍ୟବାଦ ବି ଦେଇଛନ୍ତି।

ସେପଟେ କଂଗ୍ରେସର ବରିଷ୍ଠ ନେତା କମଲନାଥଙ୍କ ସମେତ ଦଳର ଅନ୍ୟ ନେତାମାନେ ବୁଧବାର ରାଜ୍ୟପାଳଙ୍କୁ ସାକ୍ଷାତ କରି ସରକାର ଗଠନର ପ୍ରସ୍ତାବ ଦେଇଛନ୍ତି। ଏହାସହିତ ଏବେ ବି ଲୋକଙ୍କ ମନରେ ସସପେନ୍ସ ଜାରି ରହିଛି କି ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ହେବ କିଏ? କାରଣ ରେସରେ କମଲନାଥ ଏବଂ ଜ୍ୟୋତିରାଜ ସିନ୍ଧିଆ ଅଛନ୍ତି।

୨୩୦ ବିଧାନସଭା ସିଟରୁ କଂଗ୍ରେସ ୧୧୪ ଆସନ ଜିତି ଏବେ ମଧ୍ୟପ୍ରଦେଶରେ ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଛି। ତେବେ କଂଗ୍ରେସ ପାଇଁ ଏବେ ରାସ୍ତା ଧିରେ ଧିରେ ସଫା ହେବାରେ ଲାଗିଛି କାରଣ କିଛି ସମୟ ପୁର୍ବରୁ ବିଏସପି ମୁଖ୍ୟ ମାୟାବତୀ କଂଗ୍ରେସକୁ ସମର୍ଥନ ଜଣାଇଛନ୍ତି ଏବଂ ଏସ୍‌ପି ମୁଖ୍ୟ ଅଖିଲେଶ ଯାଦବ ବି କଂଗ୍ରେସକୁ ସମର୍ଥନ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here