ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସାଧାରଣତଃ ବଲିଉଡରେ ସମସ୍ତ କଳାକାର କୌଣସି ନା କୌଣସି ବିଷୟକୁ ନେଇ ବିବାଦରେ ଫସିଛନ୍ତି। ଏହି ତାଲିକାରେ ଲେଡି ଅମିତାଭ କୁହାଯାଉଥିବା ଆଲିଆ ଭଟ୍ଟ ବି ଯୋଡି ହୋଇଛନ୍ତି।

ପ୍ରଖ୍ୟାତ ନିର୍ମାତା ତଥା ନିର୍ଦ୍ଦେଶକ ମହେଶ ଭଟ୍ଟ ଓ ଅଭିନେତ୍ରୀ ସୋନି ରାଜଦାନଙ୍କ କନ୍ୟା ଆଲିଆ ଭଟ୍ଟ ବଲିଉଡର ଜଣେ ଟପ୍ ହିରୋଇନ୍। ଗତ କିଛି ମାସ ହେବ ସେ ରଣବୀର କପୁରଙ୍କ ସହ ଆଫେଆର୍ ଥିବା ହେତୁ ଚର୍ଚ୍ଚାରେ ରହିଛନ୍ତି । ଅବଶ୍ୟ ଆଲିଆଙ୍କ ହାତରେ ବଡ଼ ସିନେମା ଥିବାରୁ ମଧ୍ୟ ବି ସେ ଚର୍ଚ୍ଚିତା।

ଏସବୁ ଭିତରେ ଆଲିଆ ଭଟ୍ଟ ଅନେକ ସମୟରେ ବିବାଦରେ ବି ଫସିଛନ୍ତି। ତାଙ୍କର ବିବାଦୀୟ ପ୍ରସଙ୍ଗ ଉପରେ ଆସନ୍ତୁ ଜାଣିବା-

ସୈଫାଇ ମହୋତ୍ସବ

୨୦୧୪ରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ମୁଲାୟମ ସିଂହ ଯାଦବଙ୍କ ଗ୍ରାମରେ ଏକ ମହୋତ୍ସବ ଆୟୋଜିତ ହୋଇଥିଲା। ମୁଜଫରନଗର ଦଙ୍ଗା ପୀଡିତାଙ୍କ ପୁନର୍ବାସର ଅର୍ଥ ସଂଗ୍ରହ ଲାଗି ଏହି ମହୋତ୍ସବର ଆୟୋଜନ କରାଯାଇଥିଲା। ଏଥିରେ ସଲମାନ୍ ଖାନ୍ ଓ ମାଧୁରୀ ଦୀକ୍ଷିତଙ୍କ ସହିତ ଆଲିଆ ଭଟ୍ଟ ଯୋଗ ଦେଇଥିଲେ।

ଏହି ସୈଫାଇ ମହୋତ୍ସବରେ ଷ୍ଟାରମାନଙ୍କ ଅଂଶଗ୍ରହଣକୁ ସମାଲୋଚନା କରାଯାଇଥିଲା। କିନ୍ତୁ ଆଲିଆ ଭଟ୍ଟ ଏହାର ପ୍ରତିବାଦ କରି ବିବାଦ ଘେରକୁ ଆସିଥିଲେ। ଆଲିଆ ଭଟ୍ଟ କହିଥିଲେ, “ମୁଁ ଦୁଃଖିତ ନୁହେଁ କି ଏଠାକୁ ଆସି ସୈଫାଇର ବାସିନ୍ଦା ହୋଇଯାଇଥିଲି। ପୀଡିତାମାନଙ୍କ ସମ୍ପର୍କରେ ଜାଣି ଖୁସି ଲାଗିଲା। ଆମକୁ ଅମାନବୀୟ ବୋଲି କହିବା ଉଚିତ୍ ନୁହେଁ।”

ପରେ ପୁଣି ଆଲିଆ ଭଟ୍ଟ ଏହି ଘଟଣାକୁ  ରାଜନୈତିକ ରୂପ ଦିଆଯାଉଥିବାରୁ ମଧ୍ୟ କ୍ଷୋଭ ପ୍ରକାଶ କରି ବୟାନବାଜି କରିଥିଲେ।

ମହେଶ ଭଟ୍ଟ ବନାମ ଆଲିଆ ଭଟ୍ଟ

ସୈଫାଇ ମହୋତ୍ସବରେ ଆଲିଆ ଭଟ୍ଟଙ୍କ ଯୋଗଦାନକୁ ନେଇ ମହେଶ ଭଟ୍ଟ ସେ ସମୟରେ କ୍ଷମା ଭିକ୍ଷା କରିଥିଲେ। ସେତେବେଳେ ମହେଶ ଭଟ୍ଟ କହିଥିଲେ ଯେ ଆଲିଆ ତାଙ୍କୁ ଜଣେ ବିଫଳ ପିତା ବନାଇ ଦେଇଛନ୍ତି।

ସଲମାନ୍ ଖାନ୍ କିନ୍ତୁ ଏକଥାକୁ ସହଜରେ ଗ୍ରହଣ କରିପାରିନଥିଲେ। ସଲମାନ୍ ନିଜର ଟ୍ୟୁଟରରେ ଲେଖିଥିଲେ, ଭଟ୍ଟ ସାହେବ, କ୍ଷମା ମାଗିବାର ଆବଶ୍ୟକତା ନାହିଁ, ଆପଣଙ୍କର ଲାଳନପାଳନ ଉଚ୍ଚକୋଟିର, ମୁଁ ଆଲିଆଙ୍କ ସହିତ ମଞ୍ଚ ସେୟାର କରି ଗର୍ବିତ।

କଫି ୱିଥ୍ କରଣ ଶୋ’ 

ଏହି ଶୋ ରେ ଆଲିଆ ଭଟ୍ଟଙ୍କୁ ବଲିଉଡରେ ହିରୋଇନ୍ ଭାବେ ବ୍ରେକ୍ ଦେଇଥିଲେ  ନିର୍ମାତା- ନିର୍ଦ୍ଦେଶକ କରଣ ଜୋହର। ଆଲିଆ ତାଙ୍କ ପ୍ରଥମ ଫିଲ୍ମ ‘ଦ ଷ୍ଟୁଡେଣ୍ଟ ଅଫ୍ ଦ ଇୟର’ର କୋ ଷ୍ଟାର ସିଦ୍ଧାର୍ଥ ମାଲହୋତ୍ରା ଓ ବରୁଣ ଧୱନଙ୍କ ସହିତ ସେତେବେଳେ ‘କଫି ୱିଥ୍ କରଣ ସୋ’ରେ ଯୋଗ ଦେଇଥିଲେ।  ସେଥିରେ କରଣ ଜୋହର ପ୍ରଶ୍ନ କରିଥିଲେ ଭାରତର ରାଷ୍ଟପ୍ରତି କିଏ? ଏହାର ଉତ୍ତରରେ ଆଲିଆ ଭଟ୍ଟ କହିଥିଲେ ‘ପୃଥ୍ବୀରାଜ ଚୌହ୍ବାନ’। ଏହାକୁ ନେଇ ଅନେକ ଲୋକ ଆଲିଆଙ୍କୁ କହିଥିଲେ ‘ବିଉଟି ଉଇଦାଉଟ୍ ବ୍ରେନ୍’। ଏହି ପ୍ରସଙ୍ଗରେ ବି ସେ ବିବାଦୀୟ  ହୋଇଥିଲେ।

ବରୁଣ ଓ ଆଲିଆ

ମଞ୍ଚ ଉପରେ ବରୁଣ ଧୱନଙ୍କ ସହ ଆଲିଆ ଭଟ୍ଟଙ୍କ କ୍ୟାରିଅରର ଏକ ବ୍ଲକବଷ୍ଟର ସିନେମା ହେଲା ହଂପ୍‌ଟି ଶର୍ମା କି ଦୁଲହନିଆ। ଏହି ଫିଲ୍ମରେ ତାଙ୍କର ହିରୋ ଥିଲେ ବରୁଣ ଧୱନ। ବରୁଣ ଓ ଆଲିଆ ଏହି ସିନେମାର ପ୍ରମୋସନ କରୁଥିଲେ। ଆଲିଆଙ୍କୁ ବରୁଣ ଯେତେବେଳେ ହାତରେ ଉଠାଇଥିଲେ, ତାକୁ ନେଇ ଆଲିଆ ଅସହଜ ଅନୁଭବ କରିଥିଲେ।

ଆଲିଆ ଓ ବରୁଣଙ୍କ ସେହି ଫଟୋ ଓ ଭିଡିଓ ଯେତେବେଳେ ପ୍ରସାରିତ ହେଲା, ସେତେବେଳେ ଏଥିପାଇଁ ଆଲିଆ ସମାଲୋଚନାର ଶରବ୍ୟ ହୋଇଥିଲେ, ଆଲିଆ ବି ପରେ ବରୁଣଙ୍କୁ କହିଥିଲେ ଯେ ସେ ଏଥିପାଇଁ ଲଜ୍ଜିତ।

ଏ ଆଇବି ରୋଷ୍ଟରେ ଅଂଶଗ୍ରହଣ କରିଥିବା ଅଧିକାଂଶ ସେଲିବ୍ରିଟିଙ୍କୁ ଟ୍ରୋଲ୍ କରାଯାଇଥାଏ। ଏମାନଙ୍କ ଭିତରୁ ଜଣେ ହେଲେ ଆଲିଆ ଭଟ୍ଟ।

Comment