ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳବାର ଆସିଥିବା ନିର୍ବାଚନ ଫଳାଫଳକୁ ନେଇ ରାଜ୍ୟ କଂଗ୍ରେସ ଭବନରେ ଉତ୍ସାହ।

୩ରାଜ୍ୟରେ କଂଗ୍ରେସକୁ ସଫଳତା ମିଳିବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ନିରଞ୍ଜନ ଅନେକଗୁ଼ଡ଼ିଏ ପ୍ରସଙ୍ଗ ଉଠାଇଛନ୍ତି ଏହା ସହିତ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ ବି କରିଛନ୍ତି।

ତିନୋଟି ରାଜ୍ୟର ଫଳାଫଳ ହିଁ ପରିବର୍ତ୍ତନ ଆଡ଼କୁ ଇସାରା କରିଥିବା ନିରଞ୍ଜନ କହିଛନ୍ତି। ଯଦି ଓଡ଼ିଶାରେ କଂଗ୍ରେସ ଶାସନକୁ ଆସେ ତେବେ କୃଷିଋଣ ଛାଡ଼ କରାଯିବ ବୋଲି କହିଛନ୍ତି। ଗାଁ ଗାଁକୁ ଯାଇ ଲୋକଙ୍କ ସହ ମିଶିବେ ବୋଲି ନିରଞ୍ଜନ କହିଛନ୍ତି।

ମଧ୍ୟପ୍ରଦେଶ, ରାଜସ୍ଥାନ ,ଛତିଶଗଡ଼ରେ କଂଗ୍ରେସକୁ ବହୁମତ ମିଳଛି ଏବଂ ସେହି ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବା ମଧ୍ୟ ଗୋଟେ ପ୍ରକାର ନିଶ୍ଚିତ ହୋଇଛି। ୨୦୧୯ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ଏହି ଫଳାଫଳ କଂଗ୍ରେସର ମନୋବଳକୁ ସୁଦୃଢ କରିଥିବା ବେଳେ ବିଜେପି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

Comment