ଓଡ଼ିଶାଲାଇଭ୍ ବ୍ୟୁରୋ

ଆଠଗଡ଼ରେ ହାତୀ ମୃତ୍ୟୁକୁ ନେଇ ବନ ବିଭାଗର ତଦନ୍ତ।

ବୁଧବାର ଆଠଗଡ଼ରେ ଘଟିଥିବା ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଛି। ହାତୀକୁ ହତ୍ୟା କରଯାଇଥିବା ଡିଏଫ୍ଓ (ଡିଭିଜନାଲ ଫରେଷ୍ଟ ଅଫିସର)ସସ୍ମିତ ଲେଙ୍କା କହିଛନ୍ତି। ସନ୍ଦେହରେ ଜଣକୁ ଅଟକ ରଖି ବନ ବିଭାଗ ପଚରାଉଚରା ଆରମ୍ଭ କରିଛି।

ଅନ୍ୟପକ୍ଷରେ ଘଟଣାର ପ୍ରତିବାଦ କରି ଗ୍ରାମବାସୀ ଡିଏଫ୍ଓ ଅଫିସ ଘେରିଛନ୍ତି।

ବୁଧବାର କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ସୁକାସନ ରିଜର୍ଭ ଜଙ୍ଗଲ ଅନ୍ତର୍ଗତ ସବର ତଇଲା ନିକଟରେ ଏକ ମୃତ ହାତୀର ଶବକୁ ଉଦ୍ଧାର କରାଯାଇଥିଲା।  ହାତୀର ମୁହଁ କ୍ଷତବିକ୍ଷତ ହୋଇଥିବାର ଦେଖିବାକୁ ମିଳିଥିଲା।

ମୃତ ହାତୀର ବୟସ ୭ ବର୍ଷ। ତେବେ ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିଲା। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା। ବନ ବିଭାଗ ତଦନ୍ତ ଜାରି ରଖିଛି।

Comment