ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚିଟଫଣ୍ଡ୍‌ର କ୍ଷୁଦ୍ର ଜମାକାରୀ ଫେରସ୍ତ ପାଇବେ ଟଙ୍କା।

ଚିଟଫଣ୍ଡ୍‌ ଠକେଇରେ ଶିକାର ହୋଇଥିବା ନିବେଶକାରୀଙ୍କ ପାଇଁ ଖୁସି ଖବର। ଚିଟଫଣ୍ଡ୍‌ ଜମାକାରୀ ଫେରସ୍ତ ପାଇବେ ଟଙ୍କା। ରାଜ୍ୟ ସରକାର ଜମାକାରୀଙ୍କୁ ସମସ୍ତ ଟଙ୍କା ଫେରାଇବେ। ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଲେ ସ୍ୱତନ୍ତ୍ର ଚିଟଫଣ୍ଡ୍‌ କୋର୍ଟ।

ମୋଟ ୨ ଲକ୍ଷ ୩୮ ହଜାର ୪୭୭ଜଣ ଜମାକାରୀ ସେମାନଙ୍କ ଟଙ୍କା ଫେରିପାଇବେ। କିନ୍ତୁ କେବଳ କ୍ଷୁଦ୍ର ଜମାକାରୀମାନେ ଏହି ସୁବିଧାର ଲାଭ ଉଠାଇପାରିବେ। ଯେଉଁମାନେ ୭ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ନିବେଶ କରିଥିବେ, କେବଳ ସେମାନେ ହିଁ ଟଙ୍କା ଫେରିପାଇବେ।

ଅନଲାଇନ ଯୋଗେ ଜମାକାରୀଙ୍କୁ ଟଙ୍କା ଫେରାଇବା ପାଇଁ ସ୍ୱତନ୍ତ୍ର ଚିଟଫଣ୍ଡ୍‌ କୋର୍ଟ ନିର୍ଦ୍ଦେଶ ଦେଇଛି। ମୋଟ ୯୨କୋଟି ୭ଲକ୍ଷ ଟଙ୍କା ଫେରିପାଇବେ ଜମାକାରୀ।

କେବଳ ରୋଜ ଭ୍ୟାଲି ଚିଟଫଣ୍ଡ୍‌ ସଂସ୍ଥାରେ ଅର୍ଥ ଜମାକରିଥିବା ନିବେଶକାରୀଙ୍କୁ ଫେରସ୍ତ ମିଳିବ ଟଙ୍କା। ରୋଜ ଭ୍ୟାଲି ଚିଟଫଣ୍ଡ୍‌ ଠକେଇ ପଦାକୁ ଆସିବା ପରେ ରାଜ୍ୟରେ ଜନ ଅସନ୍ତୋଷ ଦେଖାଦେଇଥିଲା। ବର୍ତ୍ତମାନ ରାଜ୍ୟ ସରକାର କ୍ଷୁଦ୍ର ନିବେଶକାରୀଙ୍କ ଟଙ୍କା ଫେରସ୍ତ କରିବା କଥା ସାମ୍ନାକୁ ଆସିବା ପରେ ଚିଟଫଣ୍ଡ୍‌ରେ ଅଧିକ ଅର୍ଥ ନିବେଶକାରୀଙ୍କ ମଧ୍ୟରେ ନିଜ ଟଙ୍କା ଫେରସ୍ତ ପାଇଁ ଏକ ଆଶା ସଞ୍ଚାର ହୋଇଛି।

Comment