ଓଡ଼ିଶାଲାଇଭ୍ ବ୍ୟୁରୋ
ଏଥର କୌଣସି କମ୍ପାନୀ ଅନଲାଇନ ମାଧ୍ୟମରେ ଔଷଧ ବିକ୍ରି କରିପାରିବ ନାହିଁ।
ଇ-କମର୍ସରେ ହେଉଥିବା ଅନଲାଇନ ଔଷଧ ବିକ୍ରୟ ଉପରେ ସରକାର ରୋକ ଲଗାଇଛନ୍ତି। ବର୍ତ୍ତମାନ ଭାରତର କୌଣସି ସ୍ଥାନରେ ଏବେ ଅନଲାଇନ ମାଧ୍ୟମରେ ଔଷଧ ବିକ୍ରି କରାଯାଇପାରିବ ନାହିଁ। ପ୍ରଥମରେ ମାଡ୍ରାସ ହାଇକୋର୍ଟ ଏହା ଉପରେ ରୋକ ଲଗାଇଥିଲା ବେଳେ ବୁଧବାର ଦିଲ୍ଲୀ ହାଇକୋର୍ଟ ଏହାକୁ ନାଲି ପତାକା ଦେଖାଇଛି।
ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ ଓ ଜଷ୍ଟିସ୍ ବି କେ ରାଏ ଙ୍କ ଖଣ୍ଡପୀଠରେ ଏକ ଜନହିତ ପିଟିସନରେ ବୁଧବାର ଏହି ଶୁଣାଣି କରିଥିଲେ। ଡାକ୍ତରଙ୍କ ବିନା ପରାମର୍ଶରେ ଇ-କମର୍ସ ସାଇଟରୁ ପ୍ରତିଦିନ ଲୋକ ବହୁ ସଂଖ୍ୟାରେ ଔଷଧ କିଣୁଛନ୍ତି। ଅନେକ ସମୟରେ ଭୁଲ ଔଷଧ ଖାଇବା ଦ୍ୱାରା ରୋଗୀମାନଙ୍କ ଜୀବନ ପ୍ରତି ବିପଦ ରହିଥାଏ।
ଅନଲାଇନରେ ଔଷଧ ବିକ୍ରି ଉପରେ କୌଣସି କଟକଣାକୁ କମ୍ପାନୀ ପାଳନ କରୁନଥିବାରୁ ବୁଧବାର ଦିଲ୍ଲୀ ହାଇକୋର୍ଟ ଏହି ନିଷ୍ପତି ନେଇଛନ୍ତି। ଏଥର କୌଣସି କମ୍ପାନୀ ଅନଲାଇନ ମାଧ୍ୟମରେ ଔଷଧ ବିକ୍ରି କରିପାରିବ ନାହିଁ।