ଓଡ଼ିଶାଲାଇଭ୍ ବ୍ୟୁରୋ

ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ହେଲେ କେସିଆର।

ତେଲେଙ୍ଗାନାରେ ଦ୍ଵିତୀୟ ଥର ପାଇଁ ଟିଆରଏସ୍‌ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିଛନ୍ତି। ଗୁରୁବାର ତେଲେଙ୍ଗାନାର ରାଜଭବନଠାରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ଏହି ଶପଥ ଗ୍ରହଣ ଉତ୍ସବରେ ଦଳର ଅନ୍ୟ ନେତା ଉପସ୍ଥିତ ରହିଥିଲେ। ଶପଥ ଗ୍ରହଣ ଉତ୍ସବ ପରେ ବିଧାୟକ ଦଳ ବୈଠକ ହେବ।

ଚଳିତଥର ବିଧାନସଭା ନିର୍ବାଚନରେ ଟିଆରଏସ ଜବରଦସ୍ତ ବହୁମତ ହାସଲ କରିଛି।

୧୧୯ଟି ଆସନ ପାଇଁ ମତଦାନ ହୋଇଥିଲାବେଳେ ଟିଆରଏସ ୮୮ଟି ଆସନ ହାସଲ କରିଛି। ଏଠାରେ ଉଭୟ ବିଜେପି ଓ କଂଗ୍ରେସକୁ କ୍ଷତି ସହିବାକୁ ପଡ଼ିଛି।

ପୂର୍ବ ନିର୍ବାଚନ ଅପେକ୍ଷା ଚଳିତଥର ଟିଆରଏସକୁ ୨୫ଟି ଆସନ ଅଧିକ ମଳିଛି। ପୂର୍ବ ନିର୍ବାଚନରେ ଟିଆରଏସକୁ ୬୩ଟି ଆସନ ମିଳିଥିଲା।

Comment