ଓଡ଼ିଶାଲାଇଭ ବ୍ୟୁରୋ

୨୦୧୯ ନିର୍ବାଚନ ପୁର୍ବରୁ ସେମିଫାଇନାଲ କୁହାଯାଉଥିବା ୫ରାଜ୍ୟର ରେଜଲ୍ଟକୁ ନେଇ କଂଗ୍ରେସର ମନୋବଳ ସୁଦୃଢ ଅଛି। ୩ଟି ରାଜ୍ୟରେ କଂଗ୍ରେସ ସରକାର ଗଢ଼ିବାକୁ ଯାଉଛି। ରାଜସ୍ଥାନରେ କିଏ ହେବ ମୁଖ୍ୟମନ୍ତ୍ରୀ ତାହାକୁ ନେଇ ଏବେବି ସସପେନ୍ସ ଜାରି ରହିଛି। କାରଣ ରେସରେ ୨ ହେବିୱେଟ ନେତା। ଅଶୋକ ଗେହଲଟ ଓ ସଚିନ ପାଇଲଟ।

ରେଜଲ୍ଟ ବାହାରିବା ପରେ ପ୍ରଥମ ଥର ଲାଗି ପ୍ରତିକ୍ରୀୟା ରଖିଛନ୍ତି ରାହୁଲ ଗାନ୍ଧି। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରେ ରାହୁଲ କହିଛନ୍ତି, ”ସମସ୍ତଙ୍କ ସହ ଆଲୋଚନା ଚାଲିଛି। ଅନେକ ସ୍ତାନରୁ ଇନପୁଟ ନେଉଛି। ବିଧାୟକଙ୍କ ସହ ଆଲୋଚନା ବି କରିଛି। ଖୁବଶୀଘ୍ର ଚୂଡ଼ାନ୍ତ ନିଷ୍ପତି ନିଆଯିବ।”

୩ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ବାଛିବାର ଅଧିକାର ବିଧାୟକମାନେ ରାହୁଲ ଗାନ୍ଧିଙ୍କୁ ହିଁ ଦେଇଛନ୍ତି। ସେପଟେ ମଧ୍ୟପ୍ରଦେଶର କଂଗ୍ରେସ ପର୍ଯ୍ୟବେକ୍ଷକ ଗୁରୁବାର ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରିବା ସହ ବିଧାୟକଙ୍କ ମତ ରଖିବେ। ଯାହା ଚର୍ଚ୍ଚା ହେଉଛି ଯେ ମଧ୍ୟପ୍ରଦେଶରେ କମଲନାଥ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଛତିଶଗଡ଼ରେ ବି କିଏ ମୁଖ୍ୟମନ୍ତ୍ରୀ ହେବେ ତାହାର ଚିତ୍ର ସ୍ପଷ୍ଟ ହୋଇପାରିନାହିଁ। ଖୁବଶୀଘ୍ର ଏସବୁ ସସପେନ୍ସ କ୍ଲିଅର ହେବ ବୋଲି କଂଗ୍ରେସ ମହଲରେ ଚର୍ଚ୍ଚା ହେଉଛି।

Comment