ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନକୁ ଦିନ ଅନ୍‌ଲାଇନ୍‌ରୁ ଜିନିଷ କିଣି ଲୋକେ ଠକାମିର ଶିକାର ହେଉଛନ୍ତି। ତେବେ ଏଥିରୁ ବାଦ୍‌ ପଡ଼ିନାହାନ୍ତି ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ଟୁଇଟ୍‌ କରି ଏହି ଠକାମି ବିଷୟର ସୂଚନା ଦେଇଛନ୍ତି ସୋନା।

ସୋନାକ୍ଷୀ ଟୁଇଟ୍‌ କରି ଲେଖିଛନ୍ତି ଯେ ସେ ଆମାଜନ୍‌ ସପିଂ ସାଇଟରୁ ୧୮ ହଜାର ଟଙ୍କାର ହେଡଫୋନ୍‌ ଅର୍ଡର କରିଥିଲେ। କିନ୍ତୁ ଯେତେବେଳେ ସେ ଏହି ପ୍ୟାକେଟଟି ଖୋଲିଥିଲେ। ପ୍ୟାକେଟ୍‌ରେ ଏକ ଲୁହାର ସାମଗ୍ରୀ ରହିଥିଲା। ସୋନା ଉକ୍ତ ଅନ୍‌ଲାଇନ୍‌ ସପିଂ ସାଇଟ୍‌ର କଷ୍ଟମର କେୟାର ସହ ମଧ୍ୟ ଯୋଗାଯୋଗ କରିଥିଲେ। ଅଭିଯୋଗ ପରେ କଷ୍ଟମର ସର୍ଭିସ କିଛି ସାହାଯ୍ୟ କରି ନଥିଲେ।

ସୋନାକ୍ଷୀ ଅନ୍‌ଲାଇନ୍‌ ଅର୍ଡର କରିଥିବା ପ୍ୟାକେଟ୍‌କୁ ଫଟୋ ଉଠାଇ ନିଜ ଟୁଇଟରରେ ଶେୟାର କରିଥିଲେ।

ତେବେ ସୋନାକ୍ଷୀଙ୍କ ଟୁଇଟ୍‌ ପରେ ଆମାଜନ୍‌ ମଧ୍ୟ ଜବାବ ରଖିଥିଲେ ଏବଂ କ୍ଷମା ପ୍ରର୍ଥନା କରିଥିଲେ।

Comment