ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ୧୬ରୁ ୧୮ ବର୍ଷ ବୟସର ନାବାଳକ ପାଇଁ ଡ୍ରାଇଭିଙ୍ଗ ଲାଇସେନ୍ସ ବାଧ୍ୟତାମୂଳକ ହୋଇଛି। ଇଲେକ୍ଟ୍ରିକ୍ ସ୍କୁଟର ଚଲାଉଥିବା ପିଲାଙ୍କ ପାଇଁ ନିୟମ ଲାଗୁ ହୋଇଛି। ପରିବହନ ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତାବିତ ନୂଆ ନିୟମ ଅନୁସାରେ ଏହା ଲାଗୁ କରାଯାଇଛି।

୧୯୮୮ରୁ ବର୍ତ୍ତମାନ ପର୍ଯ୍ୟନ୍ତ ପରିବହନ ଅଧିନିୟମ ଅନୁସାରେ ୧୬ରୁ ୧୮ ବର୍ଷୀୟ ନାବାଳକଙ୍କ ପାଇଁ ୫୦ ସିସି ଇଞ୍ଜିନ ବିଶିଷ୍ଟ ଦୁଇ ଚକିଆ ଯାନ ଚଲାଇପାରିବାର ନିୟମ ଥିଲା। କିନ୍ତୁ ଭାରତରେ ଉପଲବ୍ଧ ହେଉଥିବା ଗାଡି ଗୁଡ଼ିକର ଇଞ୍ଜିନ ୧୦୦ ସିସି ରହିଛି।

ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ଯୁବପିଢ଼ୀ ପ୍ରତି ନଜର ରଖି ଏଭଳି ନିୟମ ଲାଗୁ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପୂର୍ବରୁ ବିନା ଗିୟରରେ ଚାଲୁଥିବା ଇଲେକଟ୍ରିକ୍ ସ୍କୁଟର ପାଇଁ ଲାଇସେନ୍ସ ବାଧ୍ୟତାମୂଳକ ନଥିଲା କିନ୍ତୁ ବର୍ତ୍ତମାନ ଏହି ନିୟମରେ ପରିବର୍ତ୍ତନ କରାଯାଇଛି।

Comment