ଓଡ଼ିଶାଲାଇଭ୍‌ ବ୍ୟୁରୋ

ହକି ବିଶ୍ଵକପରେ ଓଡ଼ିଶାର ନାଁକୁ ଉଚିତ ଭାବେ ବ୍ୟବହାର କରାଯାଉନଥିବାରୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କୁ ଚିଠି ଲେଖିଲେ ବିଜୟ ପଟ୍ଟନାୟକ।

ପୁରୁଷ ହକି ବିଶ୍ଵକପରେ ଓଡ଼ିଶାର ନାଁକୁ ଉଚିତ ଭାବେ ବ୍ୟବହାର କରାଯାଉନଥିବାକୁ ନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ଚଳିତବର୍ଷ ପୁରୁଷ ହକି ବିଶ୍ଵକପ ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି। କିନ୍ତୁ ଏହାର ନାଁରେ ଓଡ଼ିଶାକୁ ପ୍ରାଧାନ୍ୟ ଦିଆଯାଉନଥିବାରୁ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ହକି ବିଶ୍ଵକପର ନାଁ ଓଡ଼ିଶା ହକି ପୁରୁଷ ବିଶ୍ଵକପ ଭୁବନେଶ୍ଵର ୨୦୧୮ ରହିଛି। କିନ୍ତୁ ବିଭିନ୍ନ ଗଣମାଧ୍ୟମ ତଥା ସୋସିଆଲ ମିଡିଆରେ ଓଡ଼ିଶାର ନାଁକୁ ବ୍ୟବହାର କରାଯାଉନାହିଁ। ଏହା ଉପରେ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଜୟ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଅନ୍ୟପକ୍ଷରେ ଗୁରୁବାର ମ୍ୟାଚ୍‌ରେ ନେଦରଲାଣ୍ଡଠାରୁ ଭାରତ ୨-୧ ଗୋଲରେ ହାରି ବିଶ୍ଵକପରୁ ବିଦା ହେବାପରେ ବିଜୟ ପଟ୍ଟନାୟକଙ୍କ ଏହି ମନ୍ତବ୍ୟ ଓଡ଼ିଶା ହକି ପ୍ରେମୀଙ୍କ ଉପରେ ବିଶେଷ ପ୍ରଭାବ ପକାଇଛି।

Comment