ଓଡ଼ିଶାଲାଇଭ ବ୍ୟୁରୋ

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ଗାଁରେ ଶୁକ୍ରବାର ସକାଳଠୁ ଆରମ୍ଭ ହୋଇଛି କୁକୁଡ଼ା ମରା ଅଭିଯାନ। ଏହାପରେ ପଶୁ ସମ୍ପଦ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ କହିଛନ୍ତି,”କୃଷ୍ଣପ୍ରସାଦର ବିଭିନ୍ନ ଗାଁରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି। ନିୟମ ଅନୁସାରେ ବ୍ୟବସାୟୀଙ୍କୁ କ୍ଷତିପୂରଣ ମିଳିବ। ପ୍ରତିକାର ଲାଗି ଏକ୍ସପର୍ଟ ଟିମ୍ କୃଷ୍ଣପ୍ରସାଦ ବ୍ଲକ ଯାଇଛନ୍ତି। ବାର୍ଡ ଫ୍ଲୁ ହୋଇଥିବା ଗାଁରେ ଗାତଖୋଳି କୁକୁଡ଼ା ପୋତାଯାଉଛି। ଚିଲିକାରେ ବାର୍ଡ ଫ୍ଲୁ ବ୍ୟାପିବା ନେଇ ଖବର ଆସିନି।”

ପୁରୀ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଗିରିଜା ପଟ୍ଟନାୟକ ଗୁରୁବାର କୁକୁଡ଼ା ଏବଂ କାଉ ନମୁନାରୁ ପଜିଟିଭ ବାହାରିଥିବା ସୂଚନା ଦେଇଥିଲେ। କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ଅଞ୍ଚଳରେ କୁକୁଡ଼ା ମରା ସହିତ ୧୦ଦିନ ପାଇଁ ଅଣ୍ଡା ବିକ୍ରି ବି ବନ୍ଦ କରିଛି ଜିଲ୍ଲା ପ୍ରଶାସନ। ଏହାସହିତ ଅଙ୍ଗନୱାଡ଼ି ଓ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଅଣ୍ଡା ଦିଆଯିବ ନାହିଁ।

ତେବେ ଭୟଭୀତ ହେବାର କୌଣସି କାରଣ ନାହିଁ। ଟିମ୍ ପୂରା ସଜାଗ ଥିବା ପଶୁସମ୍ପଦ ସଚିବ ସୂଚନା ଦେଇଛନ୍ତି। କୃଷ୍ଣପ୍ରସାଦ ବ୍ଲକରୁ ୪ଟି ଗାଁରେ ନମୂନା ସଂଗ୍ରହ କରାଯାଇଥିଲା ଯେଉଁଥିରେ ପଜିଟିଭ ବାହାରିଛି।

Comment