ଓଡ଼ିଶାଲାଇଭ ବ୍ୟୁରୋ

ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା, ମିଜୋରାମ ବିଧାନସଭା ନିର୍ବାଚନର ଫଳାଫଳ କଂଗ୍ରେସ ପାଇଁ ବମ୍ପର ଲାଭ ଆଣିଥିବା ବେଳେ ବିଜେପିକୁ ନିରାଶ କରିଛି। ମାତ୍ର ତେଲେଙ୍ଗାନା ଓ ମିଜୋରାମ ଦୁଇଟି ରାଜ୍ୟରେ ଉଭୟ କଂଗ୍ରେସ ଓ ବିଜେପିକୁ ସେମିତି କିଛି ଆଖିଦୁର୍ଶିଆ ଫାଇଦା ହୋଇନାହିଁ।

୩ରାଜ୍ୟରେ କଂଗ୍ରେସ ସତ୍ତାକୁ ଫେରିଥିବା ବେଳେ ଏହାକୁ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସେମିଫାଇନାଲ ବୋଲି କୁହାଯାଉଛି। କଂଗ୍ରେସ ଏହି ସେମିଫାଇନାଲରେ ଜବରଦସ୍ତ ଏଣ୍ଟି କରିଥିବା ବେଳେ ଆଗାମୀ ଲୋକସଭା ନିର୍ବାଚନ ଲାଗି ନିଜ ମନୋବଳ ସୁଦୃଢ଼ କରି ନିର୍ବାଚନୀ ମୈଦାନକୁ ଓହ୍ଲାଇବ। ଆଉ ସେପଟେ ବିଜେପି ଲାଗି ଏହା ସତର୍କ ସୂଚନା ପରି। ଆମେ ଆପଣଙ୍କୁ ଏହି ୫ ରାଜ୍ୟର ନିର୍ବାଚନ ରେଜଲ୍ଟକୁ ନେଇ ଆପଣଙ୍କ ମନକୁ ଆସୁଥିବା ଅନେକ ଛୋଟ ବଡ଼ ଖବର ଜଣାଇବୁ।

ମଧ୍ୟପ୍ରଦେଶରେ ବିଜେପି ୧୦୯ ଆସନ ପାଇଥିଲାବେଳେ ଦଳକୁ ୪୧ ପ୍ରତିଶତ ଭୋଟ ମିଳିଛି। ଚଳିତ ନିର୍ବାଚନରେ ବିଜେପି ମୋଟ ୧୫୬୪୨୯୮୦ ଭୋଟ ପାଇଛି। ସେହିପରି କଂଗ୍ରେସକୁ ମଧ୍ୟପ୍ରଦେଶରେ ୧୧୪ ଆସନ ମିଳିଛି। ୪୦.୯ ପ୍ରତିଶତ ଭୋଟ ପାଇଥିବା କଂଗ୍ରେସକୁ ମୋଟ୍ ୧୫୫୯୫୧୫୩ ଭୋଟ ମିଳିଛି। ବିଏସପି ମଧ୍ୟପ୍ରଦେଶରେ ୨ଟି  ଆସନ ପାଇ  ୫ ପ୍ରତିଶତ ଭୋଟ ପାଇଥିବାବେଳେ ସମାଜ ବାଦୀ ପାର୍ଟି ଗୋଟିଏ ଆସନ ପାଇ ୧.୩ ପ୍ରତିଶତ ଭୋଟ ପାଇଛି। ସେହିପରି ଅନ୍ୟ ଦଳମାନେ ୪ ପ୍ରତିଶତ ଭୋଟ ପାଇଛନ୍ତି।

ରାଜସ୍ଥାନରେ ବି ନୂଆ ସମୀକରଣ

ରାଜସ୍ଥାନରେ କଂଗ୍ରେସ ୯୯ଟି ଆସନ ପାଇଛି। ରାଜ୍ୟରେ ଦଳକୁ ୯.୩  ପ୍ରତିଶତ ଭୋଟ ମିଳିଛି। ୨୦୧୮ ବିଧାନସଭା ନିର୍ବାଚନରେ ଦଳକୁ ମୋଟ ୧୩୯୩୫୨୦୨ ଭୋଟ ମିଳିଛି। ଅନ୍ୟପକ୍ଷରେ ବିଜେପି ୭୩ଟି ଆସନରେ ଜିତିଥିବାବେଳେ ଦଳକୁ ୩୮.୮ ପ୍ରତିଶତ ଭୋଟ ମିଳିଛି। ରାଜସ୍ଥାନରେ ବିଜେପିକୁ ମୋଟ ୧୩୭୫୭୫୦୨ ଭୋଟ ମିଳିଛି।

ବହୁଜନ ସମାଜପାର୍ଟିକୁ ୬ ସିଟ ମିଳିଥିବା ବେଳେ ଦଳକୁ ମୋଟ ୪୧୦୯୯୫ ଭୋଟ ମିଳିଛି। ସେହିପରି ସିପିଆଇ(ଏମ) ୨ସିଟ ପାଇ ୧.୨ଭୋଟ ପ୍ରତିଶତ ଭୋଟପାଇଛି। ପାର୍ଟିକୁ ୪୩୪୨୧୦ ଭୋଟ ମିଳିଛି।

ରାଷ୍ଟ୍ରୀୟ ଲୋକ ଦଳ ରାଜସ୍ଥାନରେ ଗୋଟିଏ ଆସନ ଜିତି ୦.୩ ପ୍ରତିଶତ ଭୋଟ ପାଇଛି। ଦଳକୁ ୧୧୬୩୨୦ଭୋଟ ମିଳିଛି। ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି ୩ଟି ସିଟ ଜିତି ୨.୪ ପ୍ରତିଶତ ଭୋଟ ପାଇଛି। ପାର୍ଟିକୁ ରାଜସ୍ଥାନରେ ମୋଟ ୮୫୬୦୩୮ ଭୋଟ ମିଳିଛି।

ସେହିପରି ଭାରତୀୟ ଟ୍ରାଇବଲ ପାର୍ଟିକୁ ୨ଟି ସିଟ ମିଳିଥିବା ବେଳେ ଦଳ ୦.୭ପ୍ରତିଶତ ଭୋଟ ପାଇଛି। ମୋଟ ଭୋଟ ୨୫୫୧୦୦ପାର୍ଟିକୁ ମିଳିଥିବାବେଳେ ଅନ୍ୟାନ୍ୟ ରାଜସ୍ଥାନରେ ଦଳମାନଙ୍କୁ ୧୩ଟି ସିଟ ମିଳିଛି।

ରମଣ ସିଂଙ୍କ  ସ୍ୱପ୍ନ ଚୂରମାର

ବିଜେପିର ଗଡ଼ କୁହାଯାଉଥିବା ଛତିଶଗଡ଼ ରାଜ୍ୟରେ କଂଗ୍ରେସକୁ ୬୮ଟି ଆସନ ମିଳିଛି। ଦଳକୁ ୪୩ ପ୍ରତିଶତ ଭୋଟ ମିଳିଥିବାବେଳେ ପାର୍ଟିକୁ ମୋଟ ୬୧୪୪୧୯୨ ଭୋଟ ମିଳିଛି। ଅନ୍ୟପକ୍ଷରେ ବିଜେପି ୧୫ ସିଟ୍ ଅକ୍ତିଆର କରି ୩୩ ପ୍ରତିଶତ ଭୋଟ ପାଇଛି। ଚଳିତବର୍ଷ ଛତିଶଗଡ଼ରେ ବିଜେପିକୁ ମୋଟ ୪୭୦୭୧୪୧ଭୋଟ ମିଳିଛି।

ସେହିପରି ବିଏସପିକୁ ୨ସିଟ୍ ମିଳିଥିବା ବେଳେ ପାର୍ଟିକୁ ୩.୯ ପ୍ରତିଶତ ଭୋଟ ମିଳିଛି। ଦଳ ମୋଟ ୫୫୨୩୧୩ ଭୋଟ ପାଇଛି। ଜେସିସିଜେକୁ ୫ସିଟ୍ ମିଳି ଦଳ ୭.୬ ପ୍ରତିଶତ ଭୋଟ ପାଇଛି। ପାର୍ଟିକୁ ମୋଟ ୧୦୮୬୫୮୧ ଭୋଟ ମିଳିଛି।

ତେଲେଙ୍ଗନାରେ କେସିଆର

ତେଲେଙ୍ଗନାରେ ଟିଆରଏସ ପାର୍ଟି ୮୮ଟି ଆସନ ଜିତି ୪୬.୯ ପ୍ରତିଶତ ଭୋଟ ସଂଗ୍ରହ କରିଛି। ଦଳକୁ ମୋଟ ୯୭୦୦୭୪୯ ଭୋଟ ମିଳିଛି। ଅନ୍ୟପକ୍ଷରେ କଂଗ୍ରେସକୁ ୧୯ଟି ସିଟ୍ ମିଳିଥିବାବେଳେ ଦଳ୨୮.୪ପ୍ରତିଶତ ଭୋଟ ପାଇଛି। ରାଜ୍ୟରେ ପାର୍ଟିକୁ ୫୮୮୩୧୧୧ ଭୋଟ ମିଳିଛି।

ସେହିପରି ବିଜେପି ଗୋଟିଏ ଆସନରେ ଜିତି ୭ ପ୍ରତିଶତ ଭୋଟ ପାଇଛି। ପାର୍ଟିକୁ ମିଳିଥିବା ଭୋଟ ସଂଖ୍ୟା୧୪୫୦୪୫୬। ତେଲେଙ୍ଗାନାରେ ଟିଡିପି ୨ଆସନ ଜିତି ୩.୫ ଭୋଟ ପ୍ରତିଶତ ପାଇଛି। ଦଳକୁ – ୭୨୫୮୪୫ ଭୋଟ ମିଳିଛି।

ସେହିପରି ଏଆଇଏମଏମ ୭ ଆସନରେ ଜିତିଛି। ଭୋଟ ୨.୭ ପ୍ରତିଶତ ଥିବାବେଳେ ପାର୍ଟିକୁ ୫୬୧୦୮୯ ଭୋଟ ମିଳିଛି।

କଂଗ୍ରେସ ହାତରୁ ଖସିଲା ମିଜୋରାମ

ମିଜୋରାମରେ ଏମଏନଏଫ ଦଳ ୨୬ଟି ଆସନରେ ଜିତି ୩୭.୬ ପ୍ରତିଶତ ଭୋଟରେ ବହୁମତ ହାସଲ କରିଛି। ଦଳକୁ ମୋଟ ୨୩୭୩୦୫ ଭୋଟ ମିଳିଛି। ସେହିପରି କଂଗ୍ରେସକୁ ୫ସିଟ୍ ମିଳିଛି। ଦଳକୁ ୩୦.୨  ପ୍ରତିଶତ ଭୋଟ ମିଳିଥିବା ବେଳେ ମୋଟ ୯୦୪୧୨ ଭୋଟ ମିଳିଛି।

ଅନ୍ୟପକ୍ଷରେ ବିଜେପି ୧ଆସନରେ ଜିତି ୮.୦ ପ୍ରତିଶତ ଭୋଟ ଅଧିକାର କରିଛି। ଦଳକୁ ରାଜ୍ୟରେ ମୋଟ ୫୦୭୪୪ ଭୋଟ ମିଳିଥିବାବେଳେ ଅନ୍ୟ ଦଳମାନଙ୍କୁ ୮ଟି ଆସନ ମିଳିଛି।

Comment