ଓଡ଼ିଶାଲାଇଭ୍ ବ୍ୟୁରୋ

ନୋଏଡ଼ାର ଏକ ଆପାର୍ଟମେଣ୍ଟର ୪ ମହଲାରୁ ତଳକୁ ପଡ଼ି ନ୍ୟୁଜ ଆଙ୍କର ରାଧିକା କୌଶିକଙ୍କ ମୃତ୍ୟୁ।

ଉତ୍ତରପ୍ରଦେଶର ନୋଏଡାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଆପାର୍ଟମେଣ୍ଟର ଚାରି ମହଲାରୁ ପଡ଼ି ଜଣେ ମହିଳା ନ୍ୟୁଜ ଆଙ୍କରଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର ତଦନ୍ତ ଜାରି ରହିଛି।

ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ମୃତ ମହିଳା ଆଙ୍କର ହେଲେ ରାଧିକା କୌଶିକ। ସେ ରାଜସ୍ଥାନର ଏକ ଆଞ୍ଚଳିକ ନ୍ୟୁଜ ଚ୍ୟାନେଲରେ ଆଙ୍କର ଥିଲେ। ତାଙ୍କ ମୃତ୍ୟୁ ସମୟରେ ସେଠାରେ ସେହି ନ୍ୟୁଜ ଚ୍ୟାନେଲର ଅନ୍ୟ ଜଣେ ଆଙ୍କର ରାହୁଲ ଅବସ୍ଥି ଉପସ୍ଥିତ ଥଲେ।

ଗରୁବାର ପ୍ରାୟ ରାତି ୩ଟାରେ ଏହି ଦୁର୍ଘଟଣା ଘଟିଥିଲା। ଆପାର୍ଟମେଣ୍ଟର ଗାର୍ଡ ପୋଲିସ୍‌କୁ ସୂଚନା ଦେଇଥିଲେ।

ମହିଳା ଜଣକ କେମିତି ୪ ମହଲା ଉପରୁ ତଳକୁ ପଡ଼ିଲେ ତାହା ସ୍ପଷ୍ଟ ହୋଇନାହିଁ। ମହିଳାଙ୍କ ବନ୍ଧୁ ରାହୁଲଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।

ସେହି ରାତିରେ ଉଭୟ ନିଶାରେ ଥିଲେ ଓ ଦୁହିଁଙ୍କର କୌଣସି କାରଣରୁ ଝଗଡ଼ା ହୋଇଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି ତାହା ସନ୍ଦେହରେ ରହିଛି।

Comment