ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ‘ଜ୍ଞାନପୀଠ’ ପୁରସ୍କାରରେ ସମ୍ମାନିତ ହେବେ ଅମିତାଭ ଘୋଷ।

ପ୍ରଖ୍ୟାତ ଔପନାସିକ ଅମିତାଭ ଘୋଷ ପାଇବେ ୫୪ତମ ଜ୍ଞାନପୀଠ ପୁରସ୍କାର। ଶୁକ୍ରବାର ଜ୍ଞାନପୀଠ ପୁରସ୍କାର କମିଟି ପକ୍ଷରୁ ଅମିତାଭ ନାମ ଘୋଷଣା କରାଯାଇଛି। ଭାରତର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ହେଉଛି ‘ଜ୍ଞାନପୀଠ’ ପୁରସ୍କାର।

ଶୁକ୍ରବାର ନୂଆ ଦିଲ୍ଲୀରେ ଜ୍ଞାନପୀଠ ପୁରସ୍କାର ଚୟନ କମିଟିର ବୈଠକ ବସିଥିଲା। ବୈଠକରେ ଅମିତାଭ ଘୋଷଙ୍କୁ ଦେଶର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ‘ଜ୍ଞାନପୀଠ’ ପୁରସ୍କାରରେ ସମ୍ମାନୀତ କରାଯିବ ବୋଲି ଘୋଷଣା କରାଯାଇଛି।

ଅମିତାଭଙ୍କ ରଚିତ ଅନେକ ପୁସ୍ତକ ଭାରତ ତଥା ଦେଶ ବିଦେଶରେ ଖ୍ୟାତି ଲାଭ କରିଛି। ତାଙ୍କ ଲେଖା ଭିତରୁ ‘ଦ ସର୍କଲ ଅଫ୍‌ ରିଜନ’, ‘ସାଡୋ ଲାଇନ’, ‘ଦ କୋଲକାତା କ୍ରୋମୋଜୋମ’ ଅନ୍ୟତମ। ‘ସି ଅଫ ପୋପିସ୍‌’ ଓ ‘ରିଭର ଅଫ୍‌ ସ୍ମୋକ’ ପୁସ୍ତକ ପାଇଁ ତାଙ୍କୁ ମ୍ୟାନ୍‌ ବୁକର୍‌ ପ୍ରାଇଜ ପୁରସ୍କାର ମିଳିଥିଲା।

ଶୁକ୍ରବାର ଟୁଇଟ୍‌ କରି ଅମିତାଭ ଜ୍ଞାନପୀଠ ପୁରସ୍କାର କମିଟିକୁ ଧନ୍ୟବାଦ ଦେଇ କହିଛନ୍ତି, “ଏହା ମୋ ପାଇଁ ଖୁସିର ଦିନ, ମୁଁ କେବେ ଭାବି ନଥିଲି ଏହି ଲିଷ୍ଟ୍‌ରେ ମୋତେ ପାଇବି।”

ଅମିତାଭ ଘୋଷ ୧୯୫୬ ମସିହାରେ କୋଲକାତାରେ ଜନ୍ମ ଗ୍ରହଣ କରିଥିଲେ। ସେ ଇଂରାଜୀ ଭାଷା କଥାକାର ତଥା ଔପନାସିକାର ଭାବେ ଦେଶବିଦେଶରେ ସୁପ୍ରସିଦ୍ଧ।ଏହା ପୂର୍ବରୁ ୨୦୦୭ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ଅମିତାଭଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଇଂରାଜୀ ଭାଷାରେ ଜ୍ଞାନପୀଠ ପୁରସ୍କାର ପାଇବାରେ ଅମିତାଭ ଘୋଷ ହେଉଛନ୍ତି ଦେଶରେ ପ୍ରଥମ।

Comment